ରାଜ୍ୟରେ ବଢୁଛି ଶୀତ ଲହରୀ
କରଞ୍ଜିଆ : ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ଶୀତ ଲହରୀ ସାଙ୍ଗକୁ ଆଖପାଖ ଅଞ୍ଚଳରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଶିମିଳିପାଳ ନଅଣାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାମତୀର୍ଥରେ ୧୩ ଡିଗ୍ରୀ ଓ ଉପରବାର୍ହାକାମୁଡ଼ାରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୋଉଁଥିବା ଦେଖିବାକୁ ମିଳିଛି।
ଘନ କୁହୁଡ଼ି ଯୋଗୁଁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ଯାତାୟତରେ ବାଧା ସୃଷ୍ଟି ହେଉଛି। ରାସ୍ତା ଘାଟ ଦୃଶ୍ୟମାନ ହେଉନାହିଁ। ଏବେ ପର୍ୟ୍ୟଟନ ଋତୁ ହୋଇଥିବାରୁ ଲୋକମାନେ ଶୀତର ମଜା ଉଠାଉଛନ୍ତି।
Powered by Froala Editor