ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ବିଦୁ୍ୟତ କାର୍ଯ୍ୟାଳୟ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବାଲି ବୋଝେଇ ହାଇୱା ସହିତ ଟାଟାଏସି ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିବାରୁ ଜଣେ ମହିଳାଙ୍କର ମୃତୁ୍ୟ ଘଟିଥିବା ବେଳେ ଜଣେ ଶିଶୁ ସମେତ୨ ଜଣ ଆହତ ହୋଇଛନ୍ତି । ମୃତ ମହିଳା ଜଣଙ୍କ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଚକୁଳିଆ ଗାଁର ରାନୁ ମାରାଣ୍ଡି । ଅଳ୍ପକେ ବର୍ତ୍ତି ଯାିଥିବା ରାନୁଙ୍କ ଜ୍ୱାଇଁ ଗାନ୍ଧୀ ହେମ୍ବ୍ରମ ଓ ତାଙ୍କ ୨ବର୍ଷର ନାତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବାଲି ବୋଝେଇ ହାଇୱାଟି ଆନନ୍ଦପୁରରୁ ଠାକୁରମୁଣ୍ଡା ଅଭିମୁଖେ ଆସୁଥିଲା । ଏହି ସମୟରେ ଚକୁଳିଆ ଗାଁରୁ ଟାଟା ଏସିରେ ରାନୁ ତାଙ୍କ ଜ୍ୱାଇଁ ଓ ୨ ବର୍ଷର ନାତି ପତ୍ରତୋଳା ଯାଉଥିବା ବେଳେ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ବିଦୁ୍ୟତ କାର୍ଯ୍ୟାଳୟ ନିକଟରେ ବାଲି ବୋଝେଇ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ମର୍ମନ୍ତୁଦ ଥିଲା ଯେ ଟାଟାଏସିରେ ବସିଥିବା ୨ବର୍ଷର ଶିଶୁ ବାହାରକୁ ଛିଟିକି ପଡି ଥିବା ବେଳେ ଘଟଣାସ୍ଥଳରେ ରାନୁଙ୍କର ମୃତୁ୍ୟ ଘଟିଥିଲା । ରାନୁଙ୍କ ଜ୍ୱାଇଁ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ ପହଂଚି ତାଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲୋା ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ୍ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି ।
Powered by Froala Editor