ବିଭିନ୍ନ ଐତିହ୍ୟ ସ୍ଥଳରେ ଆଜି ଟିକେଟ୍ ଫ୍ରି

ଭୁବନେଶ୍ୱର : ଆଜି ପର୍ଯ୍ୟଟକମାନେ ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ । ଆର୍କଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ଏଏସ୍ଆଇ ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି । ୱାଲର୍ଡ ହେରିଟେଜ୍ ୱିକ୍ ବା ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଏଏସ୍ଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ଓଡ଼ିଶାରେ ମଧ୍ୟ ଏଏସ୍ଆଇ ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳରେ ଆଜି ଟିକେଟ୍ ଫ୍ରି କରାଯାଇଛି । କୋଣାର୍କ ମନ୍ଦିର ସହ ରାଜାରାଣୀ ପରିଦର୍ଶନ ପାଇଁ ଆଜି ପର୍ଯ୍ୟଟକଙ୍କୁ ଟିକେଟ୍ କରିବାକୁ ପଡ଼ିବନାହିଁ । ଏ ନେଇ ଏଏସ୍ଆଇ ପକ୍ଷରୁ ଟ୍ୱିଟ୍ ଯୋଗେ ଘୋଷଣା କରାଯାଇଛି । ଏଥିପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ଓ ଐତିହ୍ୟ ସ୍ଥଳ ମାନଙ୍କରେ ପର୍ଯ୍ୟଟକଙ୍କ ଭିଡ ଲାଗିଛି ।
ସେହିପରି ତାଜମହଲ ସମେତ ଦେଶରେ ଏଏସ୍ଆଇ ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ପର୍ଯ୍ୟଟକମାନେ ବିନା ଟିକେଟରେ ଯାଇପାରିବେ । ତେବେ ତାଜମହଲରେ ଥିବା ମୁଖ୍ୟ କବର ପାଇଁ ପର୍ଯ୍ୟଟକଙ୍କୁ ଟିକେଟ୍ ଲାଗିବ ବୋଲି କୁହାଯାଇଛି ।
Powered by Froala Editor