ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଚୋରି କରି ମହିଳା ଗିରଫ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ସୁନାଚେନ୍ ଚୋରି ଅଭିଯୋଗରେ ଲିଙ୍ଗରାଜ ଥାନା ପୁଲିସ ଗୁରୁବାର ଦୁଇ ମହିଳାଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଭଦ୍ରକ ଟାଉନ୍ ଥାନା ନିକଟରେ ରହୁଥିବା କବିତା ପୁଲିଆର ଓ ଦେବୀ ପୁଲିଆର । ସୂଚନାଯୋଗ୍ୟ, ପୋଢ଼ୁଆଁ ଅଷ୍ଟମୀ ଦିନ ଶ୍ରୀଲିଙ୍ଗରାଜଙ୍କ ଦର୍ଶନରେ ଆସିଥିବା ତିନିଜଣ ମହିଳା ଶ୍ରଦ୍ଧାଳୁଙ୍କ ବେକରୁ ତିନୋଟି ସୁନାଚେନ୍ ଚୋରି ହୋଇଯାଇଥିଲା । ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ପାଇ ଶ୍ରୀଲିଙ୍ଗରାଜ ମାର୍କେଟ ନିକଟରୁ ଦୁଇ ମହିଳାଙ୍କୁ ଗିରଫ କରିଥିଲେ । ଦୁଇ ମହିଳାଙ୍କୁ ପଚରାଉଚରା ପରେ ସେମାନେ ଚୋରି କରିଥିବା ସ୍ୱୀକାର କରିବା ସହ ଚୋରି ଜିନିଷ ଅନ୍ୟ ଜଣେ ଅଚିହ୍ନା ବ୍ୟକ୍ତିଙ୍କୁ ଦେଇଥିବା କହିଥିଲେ ।
Powered by Froala Editor