ବଢିବାରେ ଲାଗିଛି ଗଜରାଜଙ୍କ ଆତଙ୍କ, ଯାତାୟତ ବନ୍ଦ

ଆଠଗଡ : ଦିନକୁ ଦିନ ଗଜରାଜଙ୍କ ଆତଙ୍କ ବଢିବାରେ ଲାଗିଛି । କେଉଁଠି ଘରଦ୍ୱାର ଭାଙ୍ଗୁଛିନ୍ତି ତ ଆଉ କେଉଁଠି ମଣିଷଙ୍କୁ ଦଳି ଦେଉଛନ୍ତି ଆଉ କେଉଁଠି ଫସଲରେ ପଶି ଫସଲ ନଷ୍ଟ କରୁଛନ୍ତି । ଏଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି କଟକ ସମ୍ବଲପୁର କୁଶପଙ୍ଗି-ଡିହସାହି ଏନଏଚ-୫୫ କଡରେ ୨୨ଟିକିଆ ହାତି ପଲ ରହିଛନ୍ତି । ଏଥିପାଇଁ ଲୋକମାନେ ଭୟଭୀତ ହୋଇ ରୁଣ୍ଢ ହେବାରୁ ରାସ୍ତା ଜାମ ହୋଇଛି ।
ଏହି କାରଣ ପାଇଁ ଏନଏଚରେ ଗାଡି ମଟର ଅଟକି ରହିଛି । ଯାତାୟତ ବନ୍ଦ ହୋଇଛି । ଖବର ପାଇ ଡାଳି ଯୋଡା ଓ ଖୁଣ୍ଟୁଣି ରେଞ୍ଜ ବନ କମର୍ମଚାରୀ ସେଠାରେ ପହଞ୍ଚି ହାତୀ ଘଉଡେଇବାକୁ ଉଦ୍ୟମ ଜାରି ରଖିଛନ୍ତି ।
Powered by Froala Editor