ନୟାନ୍ତ ହେଲେଣି ୧୦୮ କର୍ମଚାରୀ, ଆସୁଛି ଅଶ୍ଳୀଳ କଲ୍

ଭୁବନେଶ୍ୱର: ଆମ୍ବୁଲାନ୍ସ ସେବା ହେଉଛି ଏକ ଜରୁରୀ କାଳୀନ ସେବା । ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ୧୦୪ ଓ ୧୦୮ ଆମ୍ବୁଲାନ୍ସ ସେବା କରିଛନ୍ତି । ସରକାରଙ୍କ ଉଦ୍ଦେଶ୍ୟ ଲୋକଙ୍କୁ ଠିକ ସମୟରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । କିନ୍ତୁ ବଦମାସଙ୍କ ଡାଏଲ ନମ୍ବର ସାଜିଛି ୧୦୮ । ହେଲେ କିଛି ବଦମାସ ଏହି ସେବାର ମୂଲ୍ୟ ନବୁଝି ଟାଇମ୍ ପାସ କରୁଛନ୍ତି । ଆଉ କିଛି କଲ ସେଣ୍ଟରରେ ବସିଥିବା ମହିଳା କର୍ମଚାରୀଙ୍କ ସହ କଥା ହୋଇ ଅଶ୍ଳୀଳ କଥା ହେଉଛନ୍ତି । ଏକ ତଥ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଚଳିତ ବର୍ଷ ୧୦୮ ଓ ୧୦୪ କଲ ସେଣ୍ଟରକୁ ୫ ଲକ୍ଷ ମିଛ କଲ୍ ଆସିଥିବା ଜଣାପଡିଛି ।
ପ୍ରତିଦିନ ୭୦୦ ଫେକ୍ କଲ ଆସୁଥିବା ସୂଚନା ମିଳିଛି । କିଭଳି ଲୋକମାନେ ଜରୁରୀ ସେବାକୁ ବ୍ୟବହାର କରୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ କର୍ମଚାରୀମାନେ କାମ କରୁଛନ୍ତି ସେମାନେ ଏପରି କଲକୁ ସାମ୍ନା କରି କରି ନୟାନ୍ତ ହେଲେଣି । ଫଳରେ ପ୍ରକୃତ ରୋଗୀ ଠିକ୍ ସମୟରେ ଆମ୍ବୁଲାନ୍ସ ସେବା ପାଇ ପାରୁ ନାହାନ୍ତି ।
Powered by Froala Editor