Jaguar Land Rover ସିଇଓ ପଦ ଛାଡିଲେ ବୋଲେରୋ
ଥିଏରି ବୋଲୋରେ Jaguar Land Rover ସିଇଓ ପଦରୁ ଇସ୍ତଫା ଦେଇଛନ୍ତି । ସିଇଓଙ୍କ ଇସ୍ତଫା ପରେ ଆଡ୍ରିଆନ୍ ମାର୍ଡେଲଙ୍କୁ କମ୍ପାନିର ଅନ୍ତରୀଣ ସିଇଓ ନିଯୁକ୍ତ କରିଛି ଟାଟା ମୋଟର୍ସ । ୨୦୨୦ ସେପ୍ଟେମ୍ୱର ମାସରେ ରାଲ୍ଫ ସ୍ପେଥ ସ୍ଥାନରେ ବୋଲୋରେ ଏହି ଦାୟିତ୍ୱ ସମ୍ଭାଳିଥିଲେ । Jaguar Land Roverର ସିଇଓ ୨୦୩୯ ସୁଦ୍ଧା ଡବଲ ଡିଜିଟ EBIT ମାର୍ଜିନ ଦେବା ନେଇ କାମ୍ପାନିର ନିବେଶକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏପରି ହୋଇଥିଲେ କମ୍ପାନି ଦୁନିଆର ସବୁଠୁ ଲାଭ କରୁଥିବା ଲଗଜରୀ କାର ନିର୍ମାତାଙ୍କ ମଧ୍ୟରୁ ଗୋଟିଏ ହୋଇଥାନ୍ତା । ତେବେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ବୋଲୋରେ କହିଛନ୍ତି ।
ଟାଟା ମୋଟର୍ସ ବିଏସଇକୁ ସୂଚନା ଦେଇଛି, ଟାଟା ମୋଟର୍ସ ଲିମିଟେଡର ଅଣ କାର୍ଯ୍ୟକରୀ ନିର୍ଦ୍ଦେଶକ ବୋଲୋରେ ନିଜ ଇସ୍ତଫା ଦେଇଛନ୍ତି । ସୂଚନା ଅନୁସାରେ, ଥିଏରି ବୋଲୋର ଆସନ୍ତା ଡିସେମ୍ୱର ୩୧ ଯାଏଁ ନିଜ ପଦରେ ରହିବେ।
Powered by Froala Editor