ହଟିଲା କଟକଣା: ବିମାନ ଭିତରେ ମାସ୍କ ବାଧ୍ୟତାମୂଳକ ନୁହେଁ
ବିମାନ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ନାହିଁ । ଏ ସଂପର୍କରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ପକ୍ଷରୁ ବୁଧବାରଦିନ ଘୋଷଣା କରାଯାଇଛି । କିନ୍ତୁ ଯାତ୍ରୀମାନେ ଚାହିଁଲେ ନିଜର ସୁରକ୍ଷା ପାଇଁ ମାସ୍କର ବ୍ୟବହାର କରିପାରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଦେଶରେ କରୋନା ମହାମାରୀ ବ୍ୟାପିବା ପରେ ବିମାନ ଭିତରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲା । ଏହି କଟକଣା ବର୍ତ୍ତମାନ ପର୍ଯ୍ୟନ୍ତ ଲାଗୁ ରହିଥିଲା । ବିମାନ କିମ୍ବା ଏୟାରପୋର୍ଟରେ ମାସ୍କ ପିନ୍ଧିବା ନିଷ୍ପତ୍ତି କୋହଳ ହୋଇ ନଥିଲା। କିନ୍ତୁ ଏବେ ଠାରୁ ବିମାନ ଭିତରେ ଓ ଏୟାରପୋର୍ଟରେ ମଧ୍ୟ ମାସ୍କ ପିନ୍ଧିବା ନିୟମକୁ ପ୍ରତ୍ୟାହାର କରି ନିଆଯାଇଛି।
ମନ୍ତ୍ରଣାଳୟ ପକ୍ଷରୁ ଆଜି କୁହାଯାଇଛି ଯେ ବିମାନରେ ଯାତ୍ରା କରିବା ସମୟରେ ମାସ୍କ ପିନ୍ଧିବା ଜରୁରୀ କି ନୁହେଁ, ସେ ବିଷୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା କରାଯାଇଥିଲା। ଏହାପରେ ସମସ୍ତ ପ୍ରକାରର ବିମାନ ଯାତ୍ରା ସମୟରେ ଲାଗୁ ହେଉଥିବା ମାସ୍କ ପରିଧାନ ନିୟମକୁ ପ୍ରତ୍ୟାହାର କରାଯାଇଛି।
Powered by Froala Editor