ଏଥର ସ୍କୁଲରେ ମିଳିବ କୋଚିଂ

ଭୁବନେଶ୍ୱର: ଏଥର ସ୍କୁଲରେ ମିଳିବ କୋଚିଂ, ଅର୍ଥ ଆଉ ସାଜିବନି ବାଧକ । ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କର ସ୍ୱପ୍ନ ପୁରଣ କରିବେ ସରକାର । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମାଗଣାରେ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ । ହାଇସ୍କୁଲ କ୍ୟାମ୍ପସକୁ ଜୁନିଅର କଲେଜ ଆସିବା ପରେ ଖୁବ୍ ଶୀଘ୍ର ଏପରି କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗଣଶିକ୍ଷା ବିଭାଗର ଏପରି ପଦକ୍ଷେପରେ ଛାତ୍ରଛାତ୍ରୀ ବେଶ୍ ଖୁସି ଥିବା ବେଳେ ସେମାନେ ବି ନିଜ ସ୍ୱପ୍ନ ପୂରଣ କରିପାରିବେ ବୋଲି ଆଶବାଦୀ ଅଛନ୍ତି।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ସରକାରୀ ସ୍କୁଲରେ ବି ଦିଆଯିବ ଏହି କୋଚିଂ। ଫଳରେ ଗରିବ ଓ ମଧ୍ୟମ ବର୍ଗର ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରର ପରୀକ୍ଷା ଦେବାକୁ ନିଜକୁ ପ୍ରସ୍ତୁତ କରିପାରିବେ। ମାଟ୍ରିକରେ ୯୦%ରୁ ଅଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ଏହି କୋଚିଂ ଦିଆଯିବ ।
Powered by Froala Editor