ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଉଦଳା : ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଚଢାଉ କଲା ଭିଜିଲାନ୍ସ ଟିମ୍ । ଏକାକାଳୀନ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ ଟିମ୍।
ସୂଚନା ମୁତବକ, ଆଜି ସକାଳୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି । ଭୁବନେଶ୍ୱର ସମେତ ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲିନ୍ସ ଟିମ୍ । ତାଙ୍କ ବାସଭବନ ଓ ଅଫିସର ରହିଥିବା ସୂଚନା ମିଳିଛି । ତେବେ ଭିଜିଲାନ୍ସର କେତେ ଜଣିଆ ଟିମ୍ ଏହି ଚଢାଉରେ ସାମିଲ ରହିଛନ୍ତି । ସେନେଇ କିଛି ସ୍ପଷ୍ଟ ତଥ୍ୟ ମିଳିନାହିଁ ।
Powered by Froala Editor