ପ୍ରଦୂଷଣକୁ ନେଇ ଚିନ୍ତିତ ଦିଲ୍ଲୀବାସୀ
![ପ୍ରଦୂଷଣକୁ ନେଇ ଚିନ୍ତିତ ଦିଲ୍ଲୀବାସୀ](https://odishanewslens.com/news_gallery/17553_1668333878.jpg)
ନୂଆଦିଲ୍ଲୀ : ରାଜଧାନୀ ନୂଆଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରରେ ବାୟୁପ୍ରଦୂଷଣ ଯୋଗୁ ସ୍ୱାସ୍ଥ୍ୟଜନିତ ସମସ୍ୟା ଜଟିଳ ହେବାରେ ଲାଗିଛି । ଗତ କିଛିଦିନ ତଳେ ବାୟୁପ୍ରଦୂଷଣକୁ ନେଇ ଦିଲ୍ଲୀ -ଏନସିଆରବାସୀ ଅତିଷ୍ଠ ହୋଇପଡିଥିବା ବେଳେ ଗତ କିଛିଦିନ ହେବ ପବନର ଦିଗ ପରିବର୍ତ୍ତନ ଯୋଗୁ ପ୍ରଦୂଷଣ ମାତ୍ରା କିଛିଟା କମିଥିଲା । ତେବେ ପୂନର୍ବାର ବାୟୁ ପ୍ରଦୂଷଣ ବଢିଥିବା ବେଳେ ଏହାକୁ ନେଇ ଅନଲାଇନରେ ଏକ ସର୍ଭେ ଚାଲିଥିଲା ।
ସର୍ଭେରେ ଦିଲ୍ଲୀ-ଏନସିଆର ଅଧିକାଂଶ ବାସିନ୍ଦା ବାୟୁ ପ୍ରଦୂଷଣ ନେଇ ୍ଅସୁସ୍ଥଙ୍କ ସଂଖ୍ୟା ବଢୁଥିବା ଦର୍ଶାଇଛନ୍ତି ଅଧିକାଂଶ ବଡ ପରିବାରର ୩ଜଣ ଶ୍ୱାସଜନିତ ସମସ୍ୟା ଭୋଗୁଥିବା ସେମାନେ ଦର୍ଶାଇଛନ୍ତି ୨ ଗତ ୩ସପ୍ତାହ ହେବ ଏପରି ଅବସ୍ଥାୀ ଲାଗି ରହିଥିବା ବେଳେ ଗତ ୬ ଦିନ ମଧ୍ୟରେ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ୮୦ରୁ ୮୨% ବୃଦ୍ଧି ପରିଲକ୍ଷିତ ହୋଇଥିବା ଜଣାପଡିଛି । ୧୮% ବାସିନ୍ଦା ବାୟୁ ପ୍ରଦୂଷଣକୁ ନେଇ ଚିନ୍ତିତ ଥିବା ସର୍ଭେରୁ ଜଣାପଡିଛି ।
Powered by Froala Editor