ହାଇସ୍କୁଲ ଯିବା ପୂର୍ବରୁ ହେବ ଦକ୍ଷତା ଯାଞ୍ଚ, ଛାତ୍ରଛାତ୍ରୀ ବିଫଳ ହେଲେ ଧରାଯିବ ନାହିଁ ଫେଲ୍

ଭୁବନେଶ୍ୱର: ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲା ଦେବେ ପରୀକ୍ଷା। ହାଇସ୍କୁଲ ଯିବା ପୂର୍ବରୁ ଛାତ୍ରଛାତ୍ରୀଙ୍କର ହେବ ଦକ୍ଷତା ଯାଞ୍ଚ। ପିଲାଙ୍କ ବୌଦ୍ଧିକ ବିକାଶ କେତେ ହୋଇଛି? ମହାମାରୀ କରୋନା କ୍ଷତିପୂରଣ ବାବଦକୁ ଦିଆଯାଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କେତେ ସଫଳ ହୋଇଛି? ତାହା ଜାଣିବାକୁ ହେବ ସ୍ୱତନ୍ତ୍ର ପରୀକ୍ଷା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେଇଛି ଏଭଳି ନିଷ୍ପତ୍ତି।ଚଳିତ ବର୍ଷଠାରୁ ଏହାକୁ ଲାଗୁ କରାଯିବ। SCERT ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବ। ପିଲାମାନେ ନିଜ ସ୍କୁଲ୍ରେ ପରୀକ୍ଷା ଦେବେ ଓ ପାଖ ସ୍କୁଲର ଶିକ୍ଷକ ଖାତା ମୂଲ୍ୟାୟନ କରିବେ। ତେବେ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ବିଫଳ ହେଲେ, ତାଙ୍କୁ ଫେଲ୍ ଧରାଯିବ ନାହିଁ। ବରଂ ଯେଉଁମାନେ ଦୁର୍ବଳ ଥିବେ ସେମାନଙ୍କ ଦକ୍ଷତା ବଢାଇବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
Powered by Froala Editor