ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ, ଜଣେ ଆହତ

ଭୁବନେଶ୍ୱର: ରାଉରକେଲାରେ ପୁଣି ଫୁଟିଲା ଗୁଳି । ଝିରିପାଣି ଗାଁରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଗୁଳିମାଡ଼ାରେ ଜଣେ ଆହତ ହୋଇଥିବା ବେଳେ, ଆହତ ଯୁବକଙ୍କୁ ଉଦ୍ଧାର କରାଯାଇ ଆଇଜିଏଚରେ ଭର୍ତ୍ତି କରାଯାଇଛି । ଆହତ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସିୂଚନା ମିଳିଛି ।
ତେବେ ପୂର୍ବ ଶତ୍ରୁତା ଓ ଜମି ବିବାଦରୁ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଗୁଳିମାଡ଼ କରିବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି । ପୁଲିସ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor