ଅଜଣା ଗାଡି ଧକ୍କାରେ ୨ ଶ୍ରମିକ ମୃତ

ରାଇରଙ୍ଗପୁର:ମୟୁରଭଂଜ ଜିଲ୍ଲାର ବାମାନଘାଟି ଉପଖଣ୍ଡ ଜାମଦା ଥାନା କାହ୍ନୁ ନଦୀ ସନ୍ନିକଟ ଲଖି ପୋଷି ଗ୍ରାମ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ରାଇରଙ୍ଗପୁରରୁ କାମ କରି ଫେରୁଥିବା ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ଜାମଦା ଥାନା ମହିସକୁଦର ଗ୍ରାମର ସେକର ପୂର୍ତ୍ତି ର ପୁତ୍ର ରେଙ୍ଗ ପୂର୍ତ୍ତି (୫୦) ଓ କୃପା ପୁର୍ତ୍ତୀର ପୁତ୍ର ରାମ ଚନ୍ଦ୍ର ପୁର୍ତ୍ତୀ (୪୦) ଦୁଇ ଜଣ ରାଇରଙ୍ଗପୁର ସହରରୁ କାମ କରି ସାଇକେଲ ରେ ନିଜ ଘରକୁ ଫେରୁଥିଲେ। । ବେପରୁଆ ଭାବେ ଅତି ଦ୍ରୁତଗତିରେ ଏକ ଟ୍ରାକ୍ଟର ଉଭୟଙ୍କୁ ପଛ ପଟୁ ଧକ୍କା ଦେଇ ଘଟଣା ସ୍ଥଳରୁ ଦ୍ରୁତ ଗତିରେ ଚାଲିଯାଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ତୁରନ୍ତ ସ୍ଥାନୀୟ ଜନସାଧାରଣ ଆମ୍ବୁଲାନ୍ସ ଡକାଇ ଗୁରୁତର ଆହତ ଥିବା ରେଙ୍ଗ ଓ ରାମଚନ୍ଦ୍ରକୁ ରାଇରଙ୍ଗପୁର ଉପଖଣ୍ଡ ସରକାରୀ ଡାକ୍ତରଖାନା ନେଇଥିଲେ।ସେଠାରେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor