ଏକ ହଜାରରୁ ଅଧିକ ବ୍ୟାଙ୍କ କର୍ମଚାରୀଙ୍କ କରୋନାରେ ମୃତୁ୍ୟ

ନୂଆଦିଲ୍ଲୀ: କରୋନା ମହାମାରୀ ବ୍ୟାଙ୍କ ଶିଳ୍ପକୁ ଗୁରୁତର ଭାବେ ପ୍ରଭାବିତ କରିଛି । ଅର୍ଥନୀତିର କଳକୁ ଚାଲୁ ରଖିବାରେ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରୁଥିବା ଏକ ହଜାରରୁ ଅଧିକ ବ୍ୟାଙ୍କ କର୍ମଚାରୀଙ୍କ କରୋନାରେ ମୃତୁ୍ୟ ହୋଇଛି । ଆହୁରି ଅନେକ କର୍ମଚାରୀ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ବୋଲି ସର୍ବଭାରତୀୟ ବ୍ୟାଙ୍କ ଅଫିସର ସଂଘ ପକ୍ଷରୁ କୁହାଯାଇଛି । ସଂଘର ସାଧାରଣ ସମ୍ପାଦକ ଏସ ନାଗାର୍ଜୁନ କହିଛନ୍ତି ଯେ ଆମେ ୧୦୦୦ରୁ ଅଧିକ ସହକର୍ମୀଙ୍କୁ ହରାଇ ସାରିଛୁ । ବ୍ୟାଙ୍କ କର୍ମଚାରୀମାନେ ହେଉଛନ୍ତି ସମ୍ମୁଖ ଯୋଦ୍ଧା ଓ ଏହି ମାରାତ୍ମକ ଭୂତାଣୁ ସେମାନଙ୍କୁ ପ୍ରଭାବିତ କରୁଛି । କରୋନା ମହାମାରୀର ଦ୍ୱିତୀୟ ସଂକ୍ରମଣର ମୁକାବିଲା ଲାଗି ବିଭିନ୍ନ ରାଜ୍ୟ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ ସବୁ ପ୍ରକାର ଅଣ ଅତ୍ୟାବଶ୍ୟକ କାର୍ଯ୍ୟ ବନ୍ଦ ରହିିଥିବା ବେଳେ ବ୍ୟାଙ୍କ ସେବାକୁ ଆବଶ୍ୟକ ସେବା ତାଲିକାରେ ରଖାଯାଇଥିବାରୁ ତାହା ଜାରି ରହିିଛି । ବ୍ୟାଙ୍କ ସେବାରେ ଯେଭଳି କୌଣସି ପ୍ରକାର ବ୍ୟାଘାତ ନହୁଏ ସେଥିପାଇଁ ୫୦% କର୍ମଚାରୀଙ୍କୁ ନେଇ ଶାଖା କାମ ଜାରି ରଖିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସି ଏଚ ଭେଙ୍କଟଚେଲମ କହିଥିଲେ ଯେ ବ୍ୟାଙ୍କରେ କାମ କରୁଥିବା ୧୨୦୦ରୁ ଅଧିକ କର୍ମଚାରୀଙ୍କ କରୋନାରେ ମୃତୁ୍ୟ ହେଲାଣି । ସବୁ ବ୍ୟାଙ୍କ ସୂଚନା ଦେବା ଲାଗି ଆଗେଇ ଆସୁନାହାନ୍ତି । କରୋନାରେ ମୃତୁ୍ୟ ହୋଇଥିବା କର୍ମଚାରୀଙ୍କ ପରିବାରବର୍ଗଙ୍କ ପାଇଁ କ୍ଷତିପୂରଣ ନୀତି ମଧ୍ୟ ଜଣାଉନାହାନ୍ତି । ବ୍ୟାଙ୍କ କର୍ମଚାରୀମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ସମ୍ମାନ ଦେଇ ସେମାନଙ୍କ ଟିକାକରଣ ଲାଗି ବ୍ୟବସ୍ଥା କରିବାକୁ କିଛି ଦିନ ତଳେ ଆର୍ଥôକ ସେବା ସଚିବ ଦେବାଶିଷ ପଣ୍ଡା ରାଜ୍ୟଗୁଡ଼ିକୁ କହିଥିଲେ । ଓଡ଼ିଶାରେ ବ୍ୟାଙ୍କ କର୍ମଚାରୀମାନଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା ପ୍ରଦାନ କରାଯାଇଛି ।
Powered by Froala Editor