ଅଙ୍ଗନବାଡ଼ିରେ ଫାଟିଲା ସିଲିଣ୍ଡର, ବର୍ତ୍ତିଗଲେ ୨୦ ଶିଶୁ
କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଅଙ୍ଗନବାଡ଼ି କେନ୍ଦ୍ର- ୨ର ରୋଷେଇ ଘରେ ହଠାତ୍ ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ନିଆଁ ଲାଗି ଯାଇଥିଲା । କିନ୍ତୁ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ୨୦ ଜଣ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। କେନ୍ଦ୍ରର ସହାୟିକା ବାହାରେ ବସି ସିଝାଅଣ୍ଡା ଛଡ଼ାଉ ଥିବା ବେଳେ, ହଠାତ୍ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡରେ ରୋଷେଇ ଘରେ ଥିବା ବିଭିନ୍ନ ସାମଗ୍ରୀ ପୋଡ଼ି ଯାଇଛି ।
ଖବର ଅନୁସାରେ, ଶୁକ୍ରବାର ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହେବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗିଯାଇଥିଲା। ଫଳରେ ଅଙ୍ଗନୱାଡିର ରୋଷେଇ ଘର ସହିତ ଶ୍ରେଣୀ ଗୃହକୁ ନିଆଁ ବ୍ୟାପିଯାଇଥିଲା। ତତକ୍ଷଣାତ୍ ଅଙ୍ଗନୱାଡି ଦିଦି ଓ ପାଚିକା ଦୁହେଁ ମିଶି ଶ୍ରେଣୀ ଗୃହରେ ପଢୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନକୁ ସୁରକ୍ଷିତ ଅବସ୍ଥାରେ ପଡ଼ିଆ ମଧ୍ୟକୁ ନେଇ ଆସିଥିଲେ। କିନ୍ତୁ ନିଆଁର ପ୍ରକୋପ ଅଧିକ ଥିବାରୁ ରୋଷେଇ ଘରର ସମସ୍ତ ସାମଗ୍ରୀ ସହିତ ଶ୍ରେଣୀ ଗୃହର ବହି, ଖାତା ଓ ଆନୁଷଙ୍ଗିକ କାଗଜପତ୍ର ସବୁ ପୋଡ଼ି ଯାଇଥିଲା।
Powered by Froala Editor