ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ହଷ୍ଟେଲରେ ଯୁବତୀଙ୍କ ମୃତଦେହ ଉଦ୍ଧାର। ଯୁବତୀ ଜଣକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବତୀ ଜଣକ ପୁରୀ ଜିଲ୍ଲା ତିରିପଦା ଗଡ଼ର ଦୀପ୍ତି ପାଣି ବୋଲି ଜଣାପଡିଛି। ଦୀପ୍ତି ଖଣ୍ଡଗିରି ବାରଭୁଜାରେ ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିବା ସୂଚନା ମିଳଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।ଘଟଣା ସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହ ତଦନ୍ତ ପରେ ସ୍ପଷ୍ଟ ହେବ।
ମାମା-ବାବା ମତେ କ୍ଷମା କରିବେ। ବହୁତ କଷ୍ଟ ହଉଛି। ସହିପାରିବିନି ଆଉ ଏତେ ମେଡିସନ୍ ଖାଇ ଖାଇ ବିରକ୍ତ ଲାଗୁଛିଟ୍ଟ. ଏମତି କିଛି ଦୀପ୍ତି ନିଜ ସୁଇସାଇଡ ନୋଟରେ ଲେଖି ଯାଇଛି। ତେବେ ସେ କେଉଁ ରୋଗରେ ପଡିଥିଲା ନା ମାନସିକ ଚାପରେ ଥିଲେ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ।
Powered by Froala Editor