ଇଡି ପରେ ଏସଆଇଟି ସ୍କାନରରେ ଅର୍ଚ୍ଚନା

ଭୁବନେଶ୍ୱର: ଲେଡି ବ୍ଲାକମେକର ଅର୍ଚ୍ଚନା ନାଗଙ୍କ କଳା କାରନାମାର ଗୁମର ଫିଟାଇବାକୁ ଇଡି ଏବେ ତନାଘନା ଚଳାଇଛି। ଏପରି ସମୟରେ ଏସଆଇଟି ସ୍କାନରକୁ ଚାଲି ଆସିଛନ୍ତି ଅର୍ଚ୍ଚନା ନାଗ । ନାଗଙ୍କ ବେଆଇନ୍ ଅର୍ଥ କାରବାର ମାମଲାର ରିପୋର୍ଟ ଇଡିକୁ ମାଗିଛି ଏସ୍ଆଇଟି ।
ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ଏସ୍ଆଇଟି ବୈଠକ । ଉକ୍ତ ବୈଠକରେ ଅର୍ଚ୍ଚନାଙ୍କ ବେଆଇନ୍ ଅର୍ଥ କାରବାର ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
ହନିଟ୍ରାପରେ ବଡ଼ବଡ଼ିଆଙ୍କୁ ଫଶାଇ କୋଟି କୋଟି ଟଙ୍କା ରୋଜଗାର କରିଥିବା ଲେଡି ବ୍ଲାକମେକର ଅର୍ଚ୍ଚନା ନାଗଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଣେ ଯୁବତୀ ତଥା ଓଡ଼ିଆ ଫିଲ୍ମ ପ୍ରଡ୍ୟୁସରଙ୍କ ଅଭିଯୋଗକ୍ରମେ କମିଶନରେଟ ପୁଲିସ୍ ଦ୍ୱାରା ବନ୍ଧା ହୋଇ ଝାରପଡ଼ା ଜେଲ୍ରେ ଥିବା ଅର୍ଚ୍ଚନାଙ୍କ ମାମଲାକୁ ଇଡି ନିଜ ହାତକୁ ନେଇଥିଲା। ହେଲେ ଏବେ ତାଙ୍କୁ ଘାଣ୍ଟିବାକୁ ଅଣ୍ଟା ଭିଡ଼ିଲାଣି ଏସଆଇଟି ।
ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ ଆରମ୍ଭ କରିଥିବା ଇଡି ଗତକାଲି ଦିନ ସାରା ୬ଟି ସ୍ଥାନରେ ଏକକାଳୀନ ରେଡ କରିଥିଲା।
Powered by Froala Editor