ସଂଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶାର ସୁନାମଧନ୍ୟ ସଂଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କର ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ସେ ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ୩ ଦିନ ଧରି ସେ ଭେଂଟିଲେଟରରେ ଥିଲେ । ତେବେ ଆଜି ତାଙ୍କର ମୃତୁ୍ୟ ହୋଇଥିବା ନେଇ ତାଙ୍କର ଝିଅ ଅନ୍ୱେଷା ମହାନ୍ତି ସୂଚନା ଦେଇଛନ୍ତି ।
ହେ ସଖା, କଣ୍ଢେଇ ଆଖିରେ ଲୁହ, ପରୀ ମହଲ, ସାବତ ମା’, ଧର୍ମ ଦେବତା, ମାଗୁଣିର ଶଗଡ, ଜୟ ଶ୍ରୀରାମ, ସରଂପଚ ବାବୁ, ପବିତ୍ର ବନ୍ଧନ, ପୁତୁଲେର ପ୍ରତିଶୋଧ, ସିଂହବାହିନୀ, ସ୍ତ୍ରୀ, ରାମଲକ୍ଷ୍ମଣ, ବାପା, ସୁନା ପଞ୍ଜୁରୀ, ବସୁଧା, ଭାଇ ହେଲା ଭଗାରୀ ଓ ଶ୍ରଞ୍ଜାଞ୍ଜଳି ସିନମୋରେ ସେ ଗୀତ କମ୍ପୋଜ କରିଥିଲେ ।
ସେହିପରି ଗାରେ ସିନ୍ଦୁର ଧାରେ ଲୁହରେ ସେ ପ୍ଲେବ୍ୟାକ ସିଙ୍ଗର ଥିଲେ । ତାଙ୍କ ବିୟୋଗରେ ଓଡିଆ ସଂଗୀତ ଦୁନିଆର ଆଉ ଏକ ଜ୍ୟୋତିର ନିର୍ବାପିତ ହୋଇଯାଇଛି । ଗତ ୨୪ ଅପ୍ରେଲରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ମେ’ ୩ରେ ଦେହ ଭୀଷଣ ଅସୁସ୍ଥ ହେବାରୁ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । ହସପିଟାଲରେ ସେ ୪ ଦିନ ଭେଂଟିଲେଟରରେ ରହିଥିଲେ ।
Powered by Froala Editor