ଜେଲ୍ରୁ ବାହାରିବା ପରେ ଉଦ୍ଧବଙ୍କୁ ଭେଟିଲେ ଓ ଫଡନାଭିସଙ୍କୁ ପ୍ରଶଂସା କଲେ ସଞ୍ଜୟ
ମନି ଲଣ୍ଡରିଂ ମାମଲାରେ ଜେଲ୍ରୁ ମୁକୁଳିବା ପରେ ସଞ୍ଜୟ ରାଉତ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଉଦ୍ଧବ ଠାକରେଙ୍କ ପୁଅ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ରାଉତଙ୍କୁ 'ମାତୋଶ୍ରୀ' ବାହାରେ ଅଭିବାଦନ ଜଣାଇଥିଲେ। ଜେଲ୍ରୁ ବାହାରିବା ପରେ ସାକ୍ଷାତକାର କରି ବହୁ ଭଲ ଲାଗିଲା ବୋଲି ଆଦିତ୍ୟ କହିଥିଲେ। ତେବେ ଆଦିତ୍ୟଙ୍କ ଏଭଳି କଥାରେ ସଞ୍ଜୟ କହିଥିଲେ ମୁଁ ପ୍ରଥମ ଥର ମାତୋଶ୍ରୀ ଆସିନାହିଁ। ଏହି ସାକ୍ଷାତକାର ପରେ ସଞ୍ଜୟଙ୍କ ସହ ଉଦ୍ଧବ ଏକ ଖବରଦାତା ସମ୍ମିଳନୀ କରିଛନ୍ତି।
ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସଞ୍ଜୟ ରାଉତ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ପ୍ରଶଂସା କରିଛନ୍ତି। ଫଡନାଭିସଙ୍କ କିଛି ଭଲ ନିଷ୍ପତ୍ତି ପାଇଁ ସେ ପ୍ରଶଂସା କରିଛନ୍ତି। ଏଥିସହ ଖୁବଶୀଘ୍ର ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବେ ବୋଲି କହିଛନ୍ତି।
ସେହିପରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିବେ। କିନ୍ତୁ କେବେ ଭେଟିବେ ସେ ସମ୍ପର୍କରେ ସବିଶେଷ ତଥ୍ୟ ଦେଇନାହାନ୍ତି। ତେବେ ତାଙ୍କ ଗିରଫଦାରି ପାଇଁ ତଦନ୍ତକାରୀ ସଂସ୍ଥା ଇଡିକୁ ଦାୟୀ କରିନାହାନ୍ତି। କିନ୍ତୁ ତାଙ୍କ ଗିରଫଦାରୀ ପଛରେ ରାଜନୈତିକ ଅଭିଷଦ୍ଧି ରହିଛି। ଯାହା ଦେଶରେ କିଛି ମାସ ହେଲା ଚାଲିଆସୁଛି। ଏମିତି ରାଜନୀତି ଦେଶରେ ପୂର୍ବରୁ ଦେଖାଯାଇ ନଥିଲା ବୋଲି ସେ କହିଛନ୍ତି।
Powered by Froala Editor