୧୮୫ କିମି ବେଗରେ ମାଡିଆସୁଛି ବାତ୍ୟା

ଭୁବନେଶ୍ୱର : ଆରବସାଗରରେ ସୃଷ୍ଟ ବାତ୍ୟା ତାଉତେ ଭୀଷଣ ରୂପ ଧାରଣ କରିସାରିଛି । ଏବେ ୧୮୫ କିମି ବେଗରେ ଏହା ଗୁଜୁରାଟ ଉପକୂଳ ଆଡକୁ ମାଡ଼ିଆସୁଛି । ଆଜି ସଂଧ୍ୟାରେ ଏହା ସୌରାଷ୍ଟ୍ର ଅଂଚଳରେ ସ୍ଥଳଭାଗରେ ମାଡ଼ ହେବ ବୋଲି ଆକଳନ କରାଯାଉଛି ।
ଅପରପକ୍ଷରେ ତାଉତେ ପ୍ରଭାବରେ ଗତକାଲି ଠାରୁ ତାଣ୍ଡବ ଆରମ୍ଭ ହୋଇଯାଇଛି । ୩ ରାଜ୍ୟରେ ଭୀଷଣ ବର୍ଷା ହେବା ସହ ୬ ଲୋକଙ୍କର ମୃତୁ୍ୟ ହୋଇଛି । ସେହିପରି ମହାରାଷ୍ଟ୍ରରେ ବି ବର୍ଷା ହେଉଛି । ଗୁଜୁରାଟରେ ତଳିଆ ଅଂଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି ।
ସୂଚନାଯୋଗ୍ୟଯେ, ୧୮୯୧ରୁ ୨୦୧୭ ମଧ୍ୟରେ ଉତର ପ୍ରଶାନ୍ତ ମହାସାଗରରେ ବର୍ଷକୁ ହାରାହାରି ୫ଟି ବାତ୍ୟା ଆସୁଛି । ତେବେ ଗତ କିଛି ବର୍ଷ ଧରି ଆରବସାଗର ଉପକୂଳରେ ମୌସୁମୀ ପୂର୍ବରୁ ବାତ୍ୟା ଘନୀଭୂତ ହେଉଥିବା ଦେଖିବାକୁ ମିଳୁଛି । ୨୦୨୦ରେ ନିସର୍ଗ ମହାରାଷ୍ଟ୍ର ଉପକୂଳରେ ମାଡ଼ ହୋଇଥିବାବେଳେ ୨୦୧୯ରେ ବାତ୍ୟା ବାୟୂ ଗୁଜୁରାଟରେ ମାଡ଼ ହୋଇଥିଲା । ସେହିପରି ୨୦୧୮ରେ ମେକାନୁ ଓମାନ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା ।
Powered by Froala Editor