ଏହି କନ୍ନଡ଼ ଅଭିନେତାଙ୍କ ପରଲୋକ
![ଏହି କନ୍ନଡ଼ ଅଭିନେତାଙ୍କ ପରଲୋକ](https://odishanewslens.com/news_gallery/17474_1668058375.gif)
ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ଼ ଥିଏଟର ଏବଂ ଫିଲ୍ମ ଅଭିନେତା ଲୋହିତଶ୍ୱା ଟି.ଏସ୍.ଙ୍କ ମଙ୍ଗଳବାର ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ତାଙ୍କୁ ୮୦ବର୍ଷ ହୋଇଥିଲା । ପ୍ରାୟ ମାସେ ହେବ ସେ ଡ଼ାକ୍ତରଖାନାରେ ରହି ଚିକିସôିତ ହେଉଥିଲେ । କିଛିଦିନ ତଳେ ସେ ହୃଦଘାତର ଶିକାର ହୋଇଥିଲେ । ମଙ୍ଗଳବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ୫ଶହରୁ ଅଧିକ କନ୍ନଡ଼ ଫିଲ୍ମରେ ସେ କାମ କରିଛନ୍ତି । ସେ ଜଣେ ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର । ଏକାଧିକ ନାଟକ ସେ ରଚନା କରିଛନ୍ତି । ତାଙ୍କ ପୁଅ ଶରତ ଲୋହିତାଶ୍ୱା ଜଣେ ଜଣାଶୁଣା ଅଭିନେତା ।
Powered by Froala Editor