ଚୋରି ଅଭିଯୋଗରେ ୟୁଟ୍ୟୁବର ଫର୍ମାନୀଙ୍କ ବାପା, ଭାଇ ଗିରଫ

ୟୁ ଟ୍ୟୁବର ଫର୍ମାନୀ ନାଜଙ୍କ ପିତା, ଭାଇ ଓ ଭିଣୋଇଙ୍କୁ ପୋଲିସ ଗିରଫ କରିଛି। କୁହାଯାଉଛି ପୋଲିସ ଫର୍ମାନୀଙ୍କ ଭାଇ ଅର୍ମାନ ସହିତ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଲୋକଙ୍କ ମଧ୍ୟରେ ଫର୍ମାନୀଙ୍କ ପିତା ଓ ଭିଣୋଇ ମଧ୍ୟ ଅଛନ୍ତି। ଏମାନଙ୍କୁ ଲୁହା ଛଡ ଚୋରି ଅଭିଯୋଗରେ ଗିରଫ କରାଯାଇଥିବା ବେଳେ ପୋଲିସ ୨ କ୍ୱିଣ୍ଟଲ ଛଡ ଜବତ କରିଛି।
ସୂଚନା ମୁତାବକ, ଏକ ନିର୍ମାଣଧୀନ ଟାଙ୍କିରୁ ଛଡ ଚୋରି କରିବା ଅଭିଯୋଗରେ ଫରମାନୀଙ୍କ ଭାଇ ସମେତ ୮ ଜଣଙ୍କୁ ପୁଲିସ ଗିରଫ କରିଛି। ଏକ ମାସ ପୂର୍ବରୁ ଘଟିଥିବା ଏହି ଘଟଣାର ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଡକାୟତ ଗ୍ୟାଙ୍ଗର ନେତା ଆଉ କେହି ନୁହଁନ୍ତି ନିଜେ ଫରମାନୀ ନାଜଙ୍କ ବାପା। ସେମାନଙ୍କ ସୂଚନା ଆଧାରରେ ପୋଲିସ ୨ କ୍ୱିଣ୍ଟଲ ଲୁହାଛଡ ଜବତ ମଧ୍ୟ କରିଛି। ଏହି ଚୋର ଦଳ ଦୀର୍ଘ ଦିନରୁ ବିଭିନ୍ନ ନିର୍ମାଣ ସ୍ଥଳରୁ ଲୁହାଛଡ ଚୋରାଇ ଆସୁଥିଲେ ବୋଲି ପୋଲିସ କହିଛି।
ଉଲ୍ଲେଖଯୋଗ୍ୟ, ହର ହର ଶମ୍ଭୁ ଗୀତ ଗାଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ ଏହି ମୁସଲିମ ସିଙ୍ଗର ଫରମାନୀ ନାଜ। ସୋଶାଲ ମିଡିଆରେ ତାଙ୍କ ଗୀତ ମଧ୍ୟ ଭାଇରାଲ ହୋଇଥିଲା। ସେତେବେଳେ ତାଙ୍କର ଏହି ଗୀତ ଗାଇବାକୁ ନେଇ ଅନେକ ସଂସ୍ଥା ବିରୋଧ କରିଥିଲା। ତାଙ୍କ ବିରୋଧରେ ଫତୱା ମଧ୍ୟ ଜାରି କରାଯାଇଥିଲା। ଏଥିରୁ ଫରମାନୀଙ୍କୁ ଅନ୍ତର୍ଜାତୀୟ ଖ୍ୟାତି ମିଳିଥିଲା। ଏବେ କିନ୍ତୁ ଚୋରି ଅଭିଯୋଗରେ ତାଙ୍କ ଭାଇ ଓ ଭିଣେଇ ଗିରଫ ହେବା ପରେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି।
Powered by Froala Editor