ଭୁବନେଶ୍ୱରବାସୀ ମାତ୍ର ୬ ମିନିଟ୍ ଦେଖିପାରିବେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୮ ତାରିଖରେ ଏ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଭୁବନେଶ୍ୱରବାସୀ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାତ୍ର ୬ ମିନିଟ୍ (ସନ୍ଧ୍ୟା ୫ଟା ୫ରୁ ୫ଟା ୧୧)ଲାଗି ଦେଖିପାରିବେ । ସନ୍ଧ୍ୟା ୫ଟା ୧୧ରୁ ୬ଟା ୧୯ ଯାଏ ଆଂଶିକ ଚନ୍ଦ୍ର ଗ୍ରହଣ ଦେଖାଯିବ ।
ଏଭଳି ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପୁଣି ଆସନ୍ତା ୨୦୨୫ ମସିହା ସେପ୍ଟେମ୍ବର ୭ ତାରିଖରେ ଦେଖାଯିବ । ଭାରତରେ ପରବର୍ତ୍ତୀ ସୂର୍ୟ୍ୟୋପରାଗ (ଆଂଶିକ) ଆସନ୍ତା ୨୦୨୭ ମସିହା ଅଗଷ୍ଟ ମାସ ୨ ତାରିଖରେ ଦେଖାଯିବ । ଚନ୍ଦ୍ର ଗ୍ରହଣ ଲାଗି ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଲୋକଙ୍କୁ ସଚେତନତା କରିବା ସହ ଏହି ସୁଯୋଗକୁ ହାତଛଡ଼ା ନକରିବାକୁ ଅନୁରୋଧ କରିଛନ୍ତି । ସୂର୍ୟ୍ୟୋପରାଗରେ ଜନସାଧାରଣଙ୍କୁ ନିରାଶ କରିଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍ କତ୍ତୃର୍ପକ୍ଷ କିନ୍ତୁ ଚନ୍ଦ୍ର ଗହ୍ରଣ ସମୟରେ ନିରାଶ କରିବେ ନାହିଁ । ଏଥିଲାଗି ପ୍ଲାନେଟାରିୟମ୍ ତରଫରୁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ କରାଯାଉିଛି ।
ଏହି ଦୃଶ୍ୟକୁ ସନ୍ଧ୍ୟା ୫ଟା ୫ ମିନିଟ୍ରୁ ୬ଟା ୨୦ ମିନିଟ୍ ଯାଏ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଦେଖାଇବାର ବ୍ୟବସ୍ଥା କରାଯିବ । ପାଗ ମେଘୁଆ ରହିଲେ କାର୍ୟ୍ୟକ୍ରମ ବାତିଲ ହୋଇପାରେ ବୋଲି ପ୍ଲାନେଟାରିୟମ୍ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor