କୋସ୍ତ୍ରୋମା କାଫେରେ ନିଆଁ : ୧୫ଜଣଙ୍କ ମୃତ୍ୟୁ
ଶୁକ୍ରବାର ରୁଷୀୟ ନଗରୀ କୋସ୍ତ୍ରୋମାରେ ଥିବା ଗୋଟାଏ କାଫେରେ ନିଆଁ ଲାଗିଯିବାରୁ ୧୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଆଉ ୫ଜଣ ଆହତ ହୋଇଛନ୍ତି। କୌଣସି ଏକ ବିବାଦକୁ ନେଇ କେହି ଜଣେ ଫ୍ଲେୟାର ଗନ୍ ଚଳେଇବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ପାଖାପାଖି ୨୫୦ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
ସରକାରୀ କର୍ତ୍ତୃପକ୍ଷମାନଙ୍କ କହିବା ଅନୁସାରେ, ବାଦବିବାଦ ବେଳେ କେହି ଜଣେ ‘ଫ୍ଲେୟାର୍ ଗନ୍’ (ନିଆଁ, ଧୂଆଁ ଓ ଫାଙ୍କା ଗୁଳି ଫୁଟୁଥିବା ପିସ୍ତଲ୍) ଚଳାଇବାରୁ ଅଗ୍ନିକାଣ୍ଡ ଘଟିଛି। କୋସ୍ତ୍ରୋମା ସହର ରାଜ୍ୟପାଳ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁ କାଫେର ଛାତ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ପୁଲିସ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ ଖୋଜାଖୋଜି କରୁଛି।
ରାଜଧାନୀ ମସ୍କୋର ଉତ୍ତର ଦିଗକୁ ପ୍ରାୟ ୩୪୦ କିଲୋମିଟର୍ ଦୂରରେ ଅବସ୍ଥିତ କୋସ୍ତ୍ରୋମା ନଗରୀରେ ଥିବା ‘ପୋଲିଗନ୍’ ନାମକ ଉକ୍ତ କାଫେରେ ଲାଗିଥିବା ନିଆଁକୁ ଆଜି ସକାଳ ପ୍ରାୟ ୭.୩୦ରେ ଲିଭାଇ ଦିଆଯାଇଛି।
Powered by Froala Editor