ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା ଘଟଣା : ଅଭିଯୁକ୍ତଙ୍କ ଫାଇଲରେ କମେଡିଆନ ଭାରତି ସିଂହଙ୍କ ଫଟୋ
![ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା ଘଟଣା : ଅଭିଯୁକ୍ତଙ୍କ ଫାଇଲରେ କମେଡିଆନ ଭାରତି ସିଂହଙ୍କ ଫଟୋ](https://odishanewslens.com/news_gallery/17368_1667590855.jpg)
ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ ତଦନ୍ତ କରୁଥିବା ପୋଲିସକୁ ଅଭିଯୁକ୍ତ ସନ୍ଦିପ ସିଂଙ୍କ ଗାଡ଼ିରୁ ଏକ ଫାଇଲ୍ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ସେହି ଫାଇଲରେ କମେଡିଆନ ଭାରତି ସିଂହ ଏବଂ ଆଣ୍ଟି ଟେରରିଷ୍ଟ ଫ୍ରଣ୍ଟର ଚେୟାରମ୍ୟାନ୍ ମନିନ୍ଦର ଜିତ୍ ସିଂହ ବିଟ୍ଟାଙ୍କ ଫଟୋ ମିଳିଛି। ଯାହାକୁ ନେଇ ଏବେ ବଢ଼ିଛି ସସପେନ୍ସ। ଏହାକୁ ନେଇ ପୋଲିସ ତଦନ୍ତ ଜୋରଦାର କରିଛି।
୨୩ ଅକ୍ଟୋବରରେ ପଞ୍ଜାବରେ ଏସଟିଏଫ୍ ଏବଂ ଅମୃତସର ପୋଲିସ୍ ଗତ ମାସରେ ୪ ଗ୍ୟାଙ୍ଗଷ୍ଟାରଙ୍କୁ ଗିରଫ କରିଥିଲା। ଧରାପଡ଼ିଥିବା ଗ୍ୟାଙ୍ଗଷ୍ଟାର ରିନ୍ଦା ଏବଂ ଲିଣ୍ଡା ଗ୍ୟାଙ୍ଗର ଥିଲେ। ପଚରାଉଚରାରେ ସେମାନେ କହିଥିଲେ ଯେ ସୁଧୀର ସୁରୀ ଗୋପାଳ ମନ୍ଦିର ବାହାରେ ଅଳିଆଗଦାରୁ ଭଗବାନଙ୍କ ମୂର୍ତ୍ତି ମିଳିବା ଘଟଣାର ବିରୋଧ କରି ମନ୍ଦିର ବାହାରେ ଧାରଣାରେ ବସିଥିଲେ। ଦ୍ବିପ୍ରହର ପ୍ରାୟ ୩:୩୦ ରେ ଭିଡ଼ ମଧ୍ୟରୁ ସନ୍ଦୀପ ସିଂହ ତାଙ୍କ ଉପରକୁ ଗୁଳି ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ଏହା ମଧ୍ୟ କହିଥିଲେ ଯେ ସେମାନେ ଦିପାବଳୀ ପୂର୍ବରୁ ଆକ୍ରମଣ କରିବା ନେଇ ଯୋଜନା କରିଥିଲା।
Powered by Froala Editor