ପାନ୍ନା ରିଜର୍ଭ ଫରେଷ୍ଟରେ ବାଘ ମୃତ୍ୟୁ : ୧୦ ଦିନରେ ମଲେଣି ୪ଟି
ମଧ୍ୟପ୍ରଦେଶ ପାନ୍ନା ଟାଇଗର ରିଜର୍ଭ ଫରେଷ୍ଟରେ ୧୦ ଦିନ ମଧ୍ୟରେ ୪ଟି ବାଘର ମୃତ୍ୟୁ ଘଟିଲାଣି । ରବିବାର ପୁଣି ଗୋଟିଏ ରେଡିଓ କୋଲାରେଡ୍ ଟାଇଗରର ମୃତଦେହ ମିିଳିଛି । ଏନେଇ ସୂଚନା ଦେଇଛନ୍ତି ବନବିଭାଗର ଜଣେ ବରିଷ୍ଠ ଅଧିକାରୀ । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ବି ପ୍ରାକୃତିକ ଭାବେ ବାଘଙ୍କ ମୃତ୍ୟୁ ହେଉଥିବା ବନ ଅଧିକାରୀ କହିଛନ୍ତି ।
ଅଧିକାରୀ କହିଛନ୍ତି ଯେ, ଭୋପାଳଠାରୁ ୩୫୦ କିଲୋମିଟର ଦୂରରେ ଅବସ୍ଥିତ ପାନ୍ନା ଟାଇଗର ରିଜର୍ଭର P-213 (32) ନାମକ ଏହି ବାଘୁଣୀର ଶବ ମିଳିଥିଲା। ଶନିବାର ଦିନ ଜଙ୍ଗଲ ଅଧିକାରୀମାନେ ମୃତଦେହ ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ସେଠାରେ କୌଣସି ବେଆଇନ କାର୍ଯ୍ୟକଳାପର ସୁରାକ୍ ପାଇ ନଥିବା ଅଧିକାରୀ କହିଛନ୍ତି।
Powered by Froala Editor