ଅସମ୍ପୂର୍ଣ୍ଣ ଓଭର ବ୍ରିଜରୁ ଖସିପଡ଼ିଲା ଟ୍ରକ୍, ଡ୍ରାଇଭର ମୃତ

ମୟୂରଭଞ୍ଜ ଜିଲ୍ଲା ଝାଡ଼ପୋଖରିଆ ୧୮ ନଂ ଜାତୀୟ ରାଜାପଥ କଳା ବାଡିଆ ଠାରେ ଅସମ୍ପୂର୍ଣ୍ଣ ଓଭର ବ୍ରିଜରୁ ଏକ ଟ୍ରକ୍ ଖସିପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଛି । ନିର୍ମାଣାଧୀନ ଓଭରବ୍ରିଜ ଚଢିବା ବେଳକୁ ଠିକା ସଂସ୍ଥା କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଧ୍ୟ କୌଣସି ସାଇନ୍ ବୋର୍ଡ ଲାଗିନଥିଲା । ଲୋକମାନେ ମନା କରିବା ସତ୍ତ୍ୱେ ଟ୍ରକ୍ଟି ନ ଅଟକିବାରୁ ଚାହୁଁଚାହୁଁ ବ୍ରିଜ୍ ତଳକୁ ଖସିପଡ଼ିଥିଲା। ଏଥିରେ ଟ୍ରକ୍ ଡ୍ରାଇଭଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କ ମୋବାଇଲ୍ କ୍ୟାମେରାରେ ଏ ଦୃଶ୍ୟ ରେକର୍ଡ ହୋଇଛି। ରାସ୍ତା ନିର୍ମାଣକାରୀ ଠିକାସଂସ୍ଥାରେ ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।
Powered by Froala Editor