୧୧ କୋଟିର ବ୍ରାଉନସୁଗର ଜବତ, ୬ ଜଣଙ୍କୁ ଧରିଲା ବାଲେଶ୍ୱର ପୋଲିସ

ବାଲେଶ୍ୱର ପୋଲିସକୁ ବଡ଼ ସଫଳତା ମିଳିଛି । ପ୍ରାୟ ୧୦କିଲୋ ବ୍ରାଉନସୁଗର ଜବତ କରିଛି ବାଲେଶ୍ବର ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୧ କୋଟିରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ଆଇଜି ହିମାଂଶୁ ଲାଲ । ଘଟଣାରେ ୬ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶର ଆୟୁବ ଏବଂ ବାଲେଶ୍ୱରର ସହଦେବଖୁଣ୍ଟା ଅଞ୍ଚଳର ଏସ.କେ ହୁସେନ୍, ଏସ.କେ ସଫିକ୍, ଏସ.କେ ରାଜୁ, ଏସ.କେ ସମିର, ରିଣ୍ଟୁ ତରେଇ । ମୁଖ୍ୟ ଅଭିଯୁକ୍ତ ମଧ୍ୟପ୍ରଦେଶର ଆୟୁବ ବୋଲି ସୂଚନା ରହିଛି । ଜବତ ହୋଇଥିବା ବ୍ରାଉନସୁଗର ବାହାର ରାଜ୍ୟକୁ ଚାଲାଣ ଯୋଜନା ଥିବା ପୁଲିସର ସୂଚନା ଦେଇଛି। ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ଆଇଜି ଓ ଏସପିଙ୍କ ସୂଚନା ଦେଇଛନ୍ତି।
ସେମାନଙ୍କ ଠାରୁ ୨ଟି ବାଇକ୍ ଓ ୫ଟି ମୋବାଇଲ ଜବତ କରାଯାଇଛି। ଗିରଫ ହୋଇଥିବା ମୁଖ୍ୟ କିଙ୍ଗପିନ୍ ହାଡ୍କୋର କ୍ରିମିନାଲ ବୋଲି ପୂର୍ବାଞ୍ଚଳ ପୁଲିସ ଆଇଜି ସୂଚନା ଦେଇଛନ୍ତି। ଗିରଫ ନିଶା ମାଫିଆଙ୍କ ସହ ଅନ୍ୟ କାହାର ଲିଙ୍କ ରହିଛି ଓ ସେମାନଙ୍କ ଫାଇନାନ୍ସିଆଲ କାରବାର ଜାଣିବାକୁ ପୁଲିସ ଅଧିକ ତଦନ୍ତ ଚଳାଇଛି ବୋଲି ସେ କହିଛନ୍ତି।
Powered by Froala Editor