ପ୍ରତିଶୋଧ ନେବାକୁ ଜୀଅନ୍ତା କଙ୍କଡାଙ୍କୁ ଚୋବାଇ ଖାଇଲା ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି...
ଝିଅକୁ ଏକ କଙ୍କଡା କାମୁଡିଲା ବୋଲି ଅଜବ କାଣ୍ଡ ଘଟାଇଛନ୍ତି ବାପା । ବ୍ୟକ୍ତି ଜଣକ ରାଗରେ କଙ୍କଡାକୁ ଜୀଅନ୍ତା ଚୋବାଇ ଦେଇଛନ୍ତି । ଚୀନର ଝେଜିଆଙ୍ଗରେ ଏ ଘଟଣା ଘଟିଛି । ବ୍ୟକ୍ତି ଜଣଙ୍କ ହେଉଛନ୍ତି ୩୯ ବର୍ଷୀୟ ଲୁ। ତେବେ ଜୀଅନ୍ତା କଙ୍କଡ଼ା ଖାଇବାର ଦୀର୍ଘ ୨ ମାସ ପରେ ଲୁ ସାଂଘାତିକ ପିଠି ଯନ୍ତ୍ରଣା ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପରୀକ୍ଷା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ଲୁ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କ ଛାତି, ଫୁସଫୁସ, ତଳି ପେଟ, କିଡ୍ନୀ ଓ ହଜମ ଜନିତ ବ୍ୟବସ୍ଥାର ପରୀକ୍ଷା କରିଥିଲେ। ଏଥିରେ ସମସ୍ୟା ବା ପାଥୋଲଜି ଚେଜେନ୍ସ ଥିବା ଜଣାପଡ଼ିଥିଲା। କିନ୍ତୁ କ’ଣ ପାଇଁ ସମସ୍ୟା ରହିଛି, ତା’ର ନିର୍ଦ୍ଦିଷ୍ଟ କାରଣ ଡାକ୍ତରମାନେ ଜାଣି ପାରି ନଥିଲେ।
ଲୁଙ୍କ ପତ୍ନୀ ପ୍ରଥମଥର ପାଇଁ ଜୀଅନ୍ତା କଙ୍କଡ଼ା ଖାଇବା କଥା କହିଥିଲେ। ଏହାପରେ ହିଁ ଲୁ ଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏହି ପରୀକ୍ଷାରୁ ସେ ଜୀଅନ୍ତା କଙ୍କଡ଼ା ଖାଇବା ଦ୍ୱାରା ଗୁରୁତର ଆଲର୍ଜି ଜନିତ ସମସ୍ୟାରେ ପଡ଼ିଥିବା ସ୍ପଷ୍ଟ ହୋଇଥିଲା। ରିପୋର୍ଟ ଆଧାରରେ ତାଙ୍କର ଚିକିତ୍ସା କରାଯାଇଥିଲା ଓ ନିକଟରେ ସେ ସୁସ୍ଥ ହୋଇଥିବା କହିଛନ୍ତି।
ତେବେ ସୁସ୍ଥ ହେବା ପରେ ଲୁ କାହିଁକି ଜୀଅନ୍ତା କଙ୍କଡ଼ା ଖାଇଥିଲେ ସେ ବିଷୟରେ କହିଛନ୍ତି। ଗୋଟିଏ କଙ୍କଡ଼ା ତାଙ୍କ ଝିଅକୁ କାମୁଡ଼ି ଦେଇଥିଲା। ଝିଅ କଷ୍ଟ ପାଇବାରୁ ଲୁ ଏହାର ପ୍ରତିଶୋଧ ନେବାକୁ କଙ୍କଡ଼ାକୁ ଜୀଅନ୍ତା ଖାଇ ଦେଇଥିଲେ।
Powered by Froala Editor