ଅଳିଆ ପକାଇବା ପଡିଲା ମହଙ୍ଗା, ୬ ଦୋକାନ ସିଲ୍
ଭୁବନେଶ୍ୱର: ଦୋକାନ ଆଗରେ ଅଳିଆ ପକାଇବା ମହଙ୍ଗା ପଡିଛି । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ (ବିଏସ୍ସିଏଲ୍) ପକ୍ଷରୁ ୬ କିସ୍କୋକୁ ସିଲ କରାଯାଇଛି ।
ସ୍ମାର୍ଟଜନପଥରେ ଥିବା ଏହି ଫାଷ୍ଟଫୁଡ ଦୋକାନୀ ଆଗରେ ଅଳିଆ ଗଦା କରିଥିଲେ । ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଜନପଥର ସୌନ୍ଦର୍ୟ୍ୟକରଣ ମଧ୍ୟ ନଷ୍ଟ ହୋଉଥିଲା । ଏନେଇ ଏନ୍ଫୋର୍ସମେଣ୍ଟ ଟିମ୍ ଚଢଉ କରିବା ସହ ଦୋକାନ ସିଲ କରିଛି । ସେହିପରି ୧୧ନଂ ୱାର୍ଡରେ ଥିବା ଔଷଧ ଦୋକନକୁ ମଧ୍ୟ ସିଲ କରାଯାଇଛି । ଏହା ସହ ଦୋକାନୀଙ୍କଠୁ ଫାଇନ୍ ମଧ୍ୟ ଆଦାୟ କରାଯାଇଛି ।
Powered by Froala Editor