ସକାଳୁ ଉଠିଲେ ପାଦ ମାଟିରେ ରଖିବା ପୂର୍ବରୁ କରନ୍ତୁ ଏହି କାମ, ମିଳିବ ଚମତ୍କାର ଫଳ

ନୂଆଦିଲ୍ଲୀ: କର୍ମମୟ ଜୀବନକୁ ନେଇ ଆମେମାନେ ସବୁବେଳେ ବ୍ୟସ୍ତ ବହୁଳ । ସକାଳୁ ରାତି ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି କେବଳ ଟଙ୍କା ପଛରେ ଧାଉଁଛନ୍ତି । କିଭଳି ଭାବେ ଅଧିକ ରୋଜଗାର ହେବ ତାହା ଚିନ୍ତା କରୁଛନ୍ତି । ହେଲେ ଏସବୁ ଭିତରେ ଆମେ କିଛି କ୍ଷଣ ନିଶ୍ଚିତ ଭାବେ କେଉଁଠି ନା କେଉଁଠି ସୁଖ ଖୋଜି ଥାଉ । ସକାଳୁ ଉଠିବା ମାତ୍ରେ ଦିନଟି କିଭଳି ଭଲରେ କଟିବ ସେଥିପାଇଁ ଠାକୁରଙ୍କୁ ପ୍ରାର୍ଥନା କରିଥାଉ । ମାତ୍ର ଏହାର ସରଳ ଉପାୟ ଆମ ହାତ ପାଆନ୍ତାରେ ରହିଛି ।
ସକାଳୁ ବିଛଣାରୁ ଉଠିବା ମାତ୍ରେ ପ୍ରଥମେ ଭୂମିରେ ପାଦ ଦେବା କଥା ନୁହେଁ । ଏହା କରିବା ଦ୍ୱାରା ଅନେକ କ୍ଷତି ହୋଇଥାଏ । କାରଣ ଆମେମାନେ ବସୁମତି ଦେବୀଙ୍କୁ ପୂଜା କରିଥାଉ । ତେଣୁ ମାଟିରେ ପାଦ ଦେବା ପୂର୍ବରୁ ପ୍ରଥମେ କ୍ଷମା ମାଗିବା ଉଚିତ୍ । ଏହାଦ୍ୱାରା ଅନେକ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି । କେବଳ ସେତିକି ନୁହେଁ, ଏହା କରିବା ଦ୍ୱାରା ପରିବାରରେ ମଧ୍ୟ ସୁଖ, ଶାନ୍ତି ଫେରିଆସେ । ଧନ ସମ୍ପତ୍ତି ବି ବୃଦ୍ଧି ହୋଇଥାଏ ।
ବିଜ୍ଞାନ ମତ ଅନୁଯାୟୀ, ସାଧାରଣତଃ ଆମେ ଶୋଇବା ବେଳେ କିଛି ଘୋଡ଼ାଇ ହୋଇଥାଉ । ଏହାଦ୍ୱାରା ଆମ ଶରୀରରେ ଉତ୍ତାପ ବହୁତ ବଢ଼ିଥାଏ । ପାଦ ମଧ୍ୟ ଗରମ ହୋଇଥାଏ । ଯଦି ସକାଳୁ ଉଠିବା ମାତ୍ରେ ଆମେ ଭୂମିରେ ପାଦ ଦେବା ତେବେ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ । ତେଣୁ ବିଛଣାରେ କିଛି ସମୟ ରହିବା ପରେ ଭୂମିରେ ପାଦ ଦେବା ଉଚିତ୍ ।
ସେହିପରି ପ୍ରାତଃ ସମୟରେ କାହା ସହିତ ଝଗଡ଼ା କରିବା ଉଚିତ୍ ନୁହେଁ । ମନାନ୍ତର ବା ମତାନ୍ତର ଦ୍ୱାରା ମନରେ ବିରକ୍ତି ଭାବ ଆସେ । ଯାହାକି ଦିନ ତମାମ ଲାଗି ରହେ । ତେଣୁ ଯେତେ ସମ୍ଭବ ସକାଳେ ମନ ଶାନ୍ତ ରଖିବା ଆବଶ୍ୟକ । ତେବେ ଦିନଟି ଭଲରେ ଭଲରେ କଟିବ ।
ଯୋଗ, ବ୍ୟାୟାମ, ଧ୍ୟାନ, ପ୍ରାତଃ ଭ୍ରମଣ କରିବା ଦରକାର । ଏହାଦ୍ୱାରା ଶାରିରୀକ ସୁସ୍ଥ ରହିବା ସହିତ ମନ ପ୍ରଫୁଲ୍ଲିତ ରହିଥାଏ । ଯାହାକି ଏକ ସକରାତ୍ମକ ଚିନ୍ତାଧାରା ଦେଇଥାଏ ।
Powered by Froala Editor