ଚର୍ମକୁ ଚମକାଏ ନିଶ ଦାଢି
ନୂତନ ପିଢ଼ି ଆପଣଉଛି ଆଧୁନିକ ପରମ୍ପରା ଓ ରୀତିନୀତି । ଆଜିକାଲି ନିଶ ଦାଢି ରଖିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ଯୁବପିଢି ଏହାକୁ ଆଦରିବାରେ ଲାଗିଛନ୍ତି । କିନ୍ତୁ ବେଳେ ବେଳେ ଏହାକୁ ନେଇ ଅନେକ ନିନ୍ଦିତ ହେବା ସହ ସମାଲୋଚିତ ମଧ୍ୟ ହୁଅନ୍ତି । ଅନେକ ସମୟରେ ଏହାକୁ ଅନ୍ୟ ଧର୍ମ ଓ ସମ୍ପ୍ରଦାୟ ସହିତ ମଧ୍ୟ ତୁଳନା କରାଯାଏ । କିନ୍ତୁ ଏହା ଜାଣିବା ଦରକାର ଯେ ନିଶ ଦାଢି ପରମ୍ପରା ଆଜିକାଲିର ନୁହେଁ, ଏହା ଏକ ପ୍ରାଚିନ ଭାରତୀୟ ପରମ୍ପରା । ଏହା ଏକ ଋଷି-ମୁନୀ ପରମ୍ପରା । ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ ।
ପ୍ରାଚିନତା:
ପ୍ରାଚୀନ ଭାରତରେ, ନିଶ-ଦାଢି ବଢେଇବା ଅନୁମତି ଥିଲା, ଯାହା ସମ୍ମାନ ଏବଂ ଜ୍ଞାନର ପ୍ରତୀକ ବୋଲି ଧରାଯାଉଥିଲା । ପୂର୍ବାଞ୍ଚଳର ରାଷ୍ଟ୍ରମାନେ ସାଧାରଣତଃ ସେମାନଙ୍କର ନିଶ-ଦାଢିକୁ ଅତି ଯନô ସହକାରେ ବ୍ୟବହାର କରୁଥିଲେ । ବ୍ୟଭିଚାର କରୁଥିବା ବ୍ୟକ୍ତିଙ୍କ ସର୍ବସାଧାରଣରେ ସେମାନଙ୍କ ଦାଢିକୁ କାଟିଦିଆଯାଉଥିଲା ।
ହିନ୍ଦୁ ଧର୍ମରେ ନିଶ-ଦାଢି : ହିନ୍ଦୁ ଧର୍ମ ଅନୁସାରେ ନିଶ ଦାଢିକୁ ଏକ ପବିତ୍ରତାର ପ୍ରତୀକ ବୋଲି କୁହାଯାଏ । ଅନେକ ସାଧୁ, ଯୋଗୀ କିମ୍ବା ଯୋଗ ଅଭ୍ୟାସକାରୀ ନିଶ-ଦାଢି ରଖୁଥିଲେ ଏବଂ ଜୀବନର ସମସ୍ତ ପରିସ୍ଥିତିକୁ ପ୍ରତିନିଧିତ୍ୱ କରୁଥିଲେ । ନିଶ-ଧାଡି ଜୀବନଶୈଳୀରେ ଅନେକ ସକରାତ୍ମକ ପ୍ରଭାବ ପକାଇଥାଏ ।
ଆଜିକାଲି ଯଦି କୌଣସି ଯୁବକ ନିଶ ଦାଢି ବଢଉଛନ୍ତି ତେବେ ସେମାନଙ୍କ ବାପା-ମା’ ହୁଅନ୍ତୁ କି ଅନ୍ୟକେହି ଏହାକୁ ନେଇ ବାରଣ କରିଥାନ୍ତି । କିନ୍ତୁ ଏହାର ଅନେକ ଫାଇଦା ରହିଛି । ଆସନ୍ତୁ ଜାଣିବା ।
ଚର୍ମ କର୍କଟର ପ୍ରତିରୋଧକ : ସାଉଥ୍ କୁଇନ୍ସଲ୍ୟାଣ୍ଡର ଅନୁସନ୍ଧାନ ଅନୁଯାୟୀ, ନିଶ ଦାଢି ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମିକୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ରକ୍ଷା କରିଥାଏ, ଯାହା ଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା ନ ଥାଏ ।
ଚର୍ମକୁ ଚମକାଏ : ସେହିପରି ନିଶ ଦାଢି ରଖିବା ଦ୍ୱାରା ଚର୍ମକୁ ଜୀବାଣୁ ସଂକ୍ରମଣରୁ ରକ୍ଷା କରାଯାଇଥାଏ । ଯାହା ବ୍ରଣ, ଦାଗ କିମ୍ବା ଘା’ର କାରଣ ହୋଇ ନଥାଏ । ଏହି କାରଣରୁ ଚର୍ମ ଅଧିକ ସୁସ୍ଥ ଏବଂ ଚମକପ୍ରଦ ରହିଥାଏ ।
ଆଲର୍ଜିରୁ ରକ୍ଷା କରିଥାଏ : ଯେପରି ନାକର କେଶ ନାକ ଭିତରକୁ ପ୍ରବେଶ କରୁଥିବା ଆଲର୍ଜନିକ୍ କଣିକା ବା ପ୍ରଦୂଷଣକୁ ରୋକିଥାଏ, ସେହିଭଳି ନିଶ ଦାଢି ମଧ୍ୟ ଚର୍ମରେ ଆଲର୍ଜି ସୃଷ୍ଟି କରୁଥିବା କଣିକା କିମ୍ବା ପ୍ରଦୂଷକ ପଦାର୍ଥକୁ ପ୍ରବେଶ କରିବାକୁ ରୋକିଥାଏ । ନୁ୍ୟୟର୍କ ମେଡିକାଲର ଆଲର୍ଜି ଏବଂ ଆଜମା ସେଣ୍ଟରର ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ନିଶ-ଦାଢି ପ୍ରଦୂଷଣ କଣିକାକୁ ମୁହଁରେ ପ୍ରବେଶ କରିବାରେ ବାଧା ଦେଇଥାଏ ।
ଆକର୍ଷଣ ବୃଦ୍ଧି ପାଇଥାଏ : ନିଶ ଦାଢି ଥିବା ପୁରୁଷଙ୍କ ପ୍ରତି ମହିଳାମାନେ ଅଧିକ ଆକର୍ଷିତ ହୁଅନ୍ତି । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ନିଶ ଦାଢି ଥିବା ଯୁବକମାନଙ୍କର ବ୍ୟକ୍ତିତ୍ୱ ସେମାନଙ୍କର ପୁରୁଷତ୍ୱକୁ ପ୍ରତିଫଳିତ କରେ ଯାହା ବିପରୀତ ଲିଙ୍ଗ ଉପରେ ପ୍ରଭାବ ପକାଇଥାଏ ।
ଚର୍ମକୁ ଆର୍ଦ୍ରତା ଦିଏ : ଚର୍ମର ଆର୍ଦ୍ରତାର ଆବଶ୍ୟକତାକୁ ପୂରଣ କରିବା ପାଇଁ ତୈଳ ଗ୍ରନ୍ଥି ସବୁ ଥାଏ । ପବନ, ଧୂଳି ଏବଂ ପ୍ରଦୂଷଣ ହେତୁ ଚର୍ମର ଆର୍ଦ୍ରତା ନଷ୍ଟ ହୋଇଥାଏ, ଯେଉଁଥିପାଇଁ ନିଶ ଦାଢି ଏକ ପ୍ରତିରକ୍ଷା ଭଳି କାମ କରେ । ଏପରି ପରିସ୍ଥିତିରେ, ଡ୍ରାଏ ସ୍କିନ ଥିବା ଲୋକମାନଙ୍କ ପାଇଁ ନିଶ-ଦାଢି ଅତ୍ୟନ୍ତ ଲାଖଦାୟକ ।
Powered by Froala Editor