ଭାଇରାଲ ହେଉଛି ଅଜବ ବାହାଘର ପ୍ରୋଫାଇଲ: ୟୁଜର୍ସ କହିଲେ, ଏମିତି ଲେଖିଲେ ବାହାଘର ହେବ କେମିତି?
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଅଜବ ବାହାଘର ପ୍ରୋଫାଇଲ । ଏହି ଅଜବ ପ୍ରେଫାଇଲ ଯିଏ ବି ଦେଖିବ ଆଶ୍ଚର୍ଯ୍ୟ ହେବ । ଏଥିରେ ରହିଥିବା ସର୍ତ୍ତ ନିହାତି ବେକାର କଥା ବୋଲି କିଛି ଲୋକ କହିଛନ୍ତି । ଅନେକ ୟୁଜର୍ସ ଏଭଳି ଆଶା ରଖିଲେ ବିବାହ କେମିତି ହେବ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ?
ଭାଇରାଲ ହେଉଥିବା ବାହାଘର ପ୍ରୋଫାଇଲ ବିଜ୍ଞାପନରେ କୁହାଯାଇଛି ଯେ ପାର୍ଟନରଙ୍କର ଦୁଇରୁ ଅଧିକ ଭାଇ ଭଉଣୀ ନଥିବା ଦରକାର। ବାର୍ଷିକ ଦରମା ମଧ୍ୟ ୩୦ ଲକ୍ଷରୁ କମ୍ ହୋଇନଥିବା ଦରକାର। ଏହା ସହ ପାର୍ଟନରଙ୍କ ଉଚ୍ଚତା ୫.୭ ରୁ ୬ ଫୁଟ୍ ମଧ୍ୟରେ ହୋଇଥିବା ଦରକାର। ଖାଲି ସେତିକି ନୁହେଁ ପାର୍ଟନରକୁ ନେଇ ମଧ୍ୟ ସର୍ତ୍ତ ରଖାଯାଇଛି। ଯେମିତିକି ଯଦି ଆଇଆଇଟି କରିଥିବେ ତାହେଲେ ଟପ୍ ପାଞ୍ଚ କଲେଜ ମଧ୍ୟରେ ରହିଥିବା ଆବଶ୍ୟକ। ଯଦି ଏନଆଇଟି ହୋଇଥିବ ସେଥିରେ ମଧ୍ୟ କିଛି ନିର୍ଦ୍ଦିଷ୍ଟ କଲେଜ ହୋଇଥିବା ଦରକାର।
ଏହିଭଳି ଯଦି ଏମବିଏ ଡିଗ୍ରୀ ରହିଛି ତେବେ ସେଥିରେ ମଧ୍ୟ ଟପ୍ କଲେଜରୁ ହୋଇଥିବା ଦରକାର। ସେହିପରି ଚାକିରି ଦିଲ୍ଲୀ-ଏନସିଆର ହୋଇଥିବା ଦରକାର। ତେବେ ବର୍ତ୍ତମାନ ଏହି ବିଜ୍ଞାପନ ଟ୍ୱିଟରରେ ଭାଇରାଲ ହେଉଛି।
Powered by Froala Editor