ଖାଦ୍ୟ ପଦାର୍ଥରେ ଦୈନିକ ବ୍ୟବହାର କରନ୍ତୁ ହଳଦୀ, କରିବ କୋଲେଷ୍ଟ୍ରୋଲ ହ୍ରାସ

ହାଇକୋଲେଷ୍ଟ୍ରୋଲ ହେବାର ସବୁଠୁ ବଡ଼ କାରଣ ବ୍ୟକ୍ତିର ଲାଇଫ ଷ୍ଟାଇଲ । କୋଲେଷ୍ଟ୍ରୋଲ ବଢ଼ିବା ଶରୀରରେ ହୃଦୟ ରୋଗକୁ ନିମନ୍ତ୍ରଣ କରିଥାଏ । ହାଇକୋଲେଷ୍ଟ୍ରୋଲ ଯୋଗୁ ଆପଣ ହାର୍ଟ ଆଟାକ୍, ଡାଇବେଟିସ, ହାର୍ଟ ଷ୍ଟ୍ରୋକ୍ ଭଳି ରୋଗର ଶିକାର ହୋଇପାରନ୍ତି । ଏଥିପାଇଁ ବହୁତ ସମୟରେ କୌଣସି ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ । ଯେଉଁମାନଙ୍କର ଏଲଡିଏଲ ଅଧିକ ଥାଏ ସେମାନେ ଅଧିକ ସତର୍କ ରହିବା କଥା । ତେଣୁ ଏମିତି କିଛି ଖାଦ୍ୟ ଖାଇବା ଉଚିତ ଯାହା ବ୍ୟାଡ କୋଲେଷ୍ଟ୍ରୋଲକୁ ହ୍ରାସ କରିଥାଏ । ଆସନ୍ତୁ ଜାଣିବା ଏହିସବୁ ଖାଦ୍ୟ ବିଷୟରେ ।
- ଧଣିଆ : ପ୍ରତିଦିନ ଧଣିଆକୁ ରାତିରେ ଗରମ ପାଣିରେ ସିଝାଇ ରଖି ଦିଅନ୍ତୁ । ସକାଳେ ସେହି ପାଣିକୁ ଛାଣିକରି ଖାଲି ପେଟରେ ପିଇଲେ ହାଇ କୋଲେଷ୍ଟ୍ରୋଲ ହ୍ରାସ ପାଇଥାଏ ।
- ହଳଦୀ : ଖାଦ୍ୟ ପଦାର୍ଥରେ ଦୈନିକ ହଳଦୀର ବ୍ୟବହାର ଦ୍ୱାରା ମଧ୍ୟ କୋଲେଷ୍ଟ୍ରୋଲ ହ୍ରାସ କରାଯାଇପାରେ । ଆପଣ ରାତିରେ ହଳଦୀ କ୍ଷୀର ମଧ୍ୟ ପିଇ ପାରିବେ ।
- ଗ୍ରୀନ ଟି : ପ୍ରତି ଦିନ ଏକ କପ୍ ଗ୍ରୀନ ଟି କୋଲେଷ୍ଟ୍ରୋଲ କମାଇବାରେ କାମ କରିଥାଏ । ହାନିକାରକ କୋଲେଷ୍ଟ୍ରୋଲ କମ କରିବାରେ ଏହା ସହାୟକ ହୋଇଥାଏ ।
- ଅଳସୀ ମଞ୍ଜି : ଅଳସୀକୁ ପେଶି କରି କ୍ଷୀର ସହ ଏହାର ପାଉଡର ମିଳାଇ ନେଇ ପାରିବେ । ଶରିରରେ ଖରାପ କୋଲେଷ୍ଟ୍ରୋଲ ହ୍ରାସ କରିବା ପାଇଁ ପ୍ରତିଦିନ ୩୦ ଗ୍ରାମ ଅଳସୀ ଖାଆନ୍ତୁ । ଏହା କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବାରେ ଭଲ କାମ କରିଥାଏ ।
Powered by Froala Editor