ଭୂକମ୍ପ : ନେପାଳ ପରେ ଥରିଲା ବିହାର

ବିହାରର ରାଜଧାନୀ ପାଟନା ସମେତ କେତେକ ସହରରେ ବୁଧବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫. ୪ ରେକର୍ଡ କରାଯାଇଥିବା ବେଳେ ଗଭୀରତା ୧୦ କିମି ବୋଲି ଜଣାଯାଇଛି।
ସୂଚନା ଅନୁସାରେ ମଧ୍ୟାହ୍ଣ ସମୟରେ ପ୍ରଥମେ ନେପାଳର କାଠମାଣ୍ଡୁରେ ଭୂକମ୍ପ ଅନଭୂତ ହୋଇଥିଲା। କାଠମାଣ୍ଡୁ ଠାରୁ ୫୩ କିଲୋମିଟର ପୂର୍ବରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଏହାର ପ୍ରଭାବରେ ନେପାଳ ସୀମାକୁ ଲାଗି ରହିଥିବା ଭାରତର କିଛି ଅଞ୍ଚଳରେ ବି ଝଟକା ଅନୁଭୂତ ହୋଇଥିଲା । ତେବେ ଭୂମିକମ୍ପ ଯୋଗୁ କେଉଁଠାରେ କିଛି କ୍ଷୟକ୍ଷତିର ସୂଚନା ମିଳି ନାହିଁ।
ଏହା ପୂର୍ବରୁ ଗତ ଜୁଲାଇ ମାସରେ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେତେବେଳେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିଲା। କାଠମାଣ୍ଡରୁ ୧୪୭ କିଲୋମିଟର ଦୂରରେ କମ୍ପନର ଉତ୍ପତି ସ୍ଥଳ ଥିଲା।
Powered by Froala Editor