ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟର ଅନୁମୋଦନ
ନୂଆଦିଲ୍ଲୀ: ୨୦୨୩-୨୪ ବର୍ଷ ନିମନ୍ତେ ସମସ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ଆଜି ଅନୁମୋଦନ କରିଛି। ମସୁର ଡାଲି ପାଇଁ କ୍ୱିଣ୍ଟାଲ ପିଛା ସର୍ବାଧିକ ୫୦୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଗହମ କ୍ୱିଣ୍ଟାଲ ପିଛା ୧୧୦ ଟଙ୍କା ଏବଂ ବାର୍ଲି ୧୦୦ ଟଙ୍କା ବୃଦ୍ଧି କରାଯାଇଛି।
ନୂଆଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ ସୋରିଷ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କ୍ୱିଣ୍ଟାଲ ପ୍ରତି ୪୦୦ ଟଙ୍କା ଥିବା ବେଳେ ଚଣା ଡାଲିରେ ଏହା କ୍ୱିଣ୍ଟାଲ ପ୍ରତି ୧୦୫ ଟଙ୍କା ବୃଦ୍ଧି ପାଇଛି। କୁସୁମ ଉପରେ କ୍ୱିଣ୍ଟାଲ ପିଛା ୨୦୯ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି।
ଶ୍ରୀ ଠାକୁର କହିଛନ୍ତି ଯେ ଏହା ସହିତ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୦୧୫ରୁ ୨୧୨୫ ଟଙ୍କା, ବାର୍ଲିର ସର୍ବନିମ୍ନ ସହାୟକ ମୂଲ୍ୟ ୧୬୩୫ରୁ ୧୭୩୫ ଟଙ୍କା, ଚଣା ୫୨୩୦ରୁ ୫୩୩୫ ଟଙ୍କା, ମସୁର ୫୫୦୦ରୁ ୬ ହଜାର ଟଙ୍କା, ସୋରିଷ ୫୦୫୦ରୁ ୫୪୫୦ ଟଙ୍କା ଏବଂ କୁସୁମ ୫୪୪୧ରୁ ୫୬୫୦ ଟଙ୍କାକୁ ବୃଦ୍ଧି ପାଇଛି।
Powered by Froala Editor