ଶୁକ୍ରବାର ଏମିତି କରନ୍ତୁ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହେବନି ଝଗଡା
ପ୍ରତ୍ୟେକ ଦିନର ଏକ ବିଶେଷତ୍ୱ ରହିଛି । ଗୁରୁବାର ଭଳି ଶୁକ୍ରବାରକୁ ମଧ୍ୟ ମା ଲକ୍ଷ୍ମୀଙ୍କ ଦିନ ମନାଯାଏ । ତେଣୁ ଏହି ଦିନରେ ଯଦି ଆପଣ ଏହି ଛୋଟିଆ କାମ କରନ୍ତି, ତେବେ ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ । ଶୁଭ୍ର ରଙ୍ଗ ଅର୍ଥାତ ଧଳା ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ମା ଙ୍କୁ ଚିନି, କ୍ଷୀର, ଦହି ଆଦି ଭୋଗ ଲଗାନ୍ତୁ । ଏହି ଦିନ ଧଳା ରଙ୍ଗର କପଡା ପରିଧାନ କରିବା ମଧ୍ୟ ବହୁତ ଶୁଭ ବୋଲି ମନାଯାଏ । ଶୁକ୍ରବାର ଦିନ ଘରେ ମନି ପ୍ଲାଣ୍ଟ ଲଗାନ୍ତୂୁ । ଗଛକୁ କିଣି ପରେ ତାକୁ ମାଙ୍କ ଚରଣରେ ରଖନ୍ତୁ । ଏବଂ ଏହା ପରେ ତାକୁ ଫୁଲ କୁଣ୍ଡରେ ଲଗାଇ ଦିଅନ୍ତୁ । ମହିଳାମାନେ ଶୁକ୍ରବାର ଦିନ ସନ୍ଧ୍ୟାରେ ସନ୍ତୋଷୀ ମାଙ୍କ ବ୍ରତ ରଖିଥାନ୍ତି । ଏହି ବ୍ରତ କରିବା ଦ୍ୱାରା ସନ୍ତାନ ପ୍ରାପ୍ତି, ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ସୁନ୍ଦର ଦାମ୍ପତ୍ୟ ଜୀବନ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଟଙ୍କାର ଅଭାବ ରହୁଥିଲେ ଶୁକ୍ରବାର ଦିନ ଟଙ୍କା ରଖୁଥିବା ସ୍ଥାନରେ ପଦ୍ମଫୁଲଟିଏ ରଖିଦିଅନ୍ତୁ । କିଛି ଦିନ ପରେ ଫୁଲଟି ମଉଳି ଗଲା ପରେ ଏହି ଫୁଲକୁ ପରିବର୍ତ୍ତନ କରି ଆଉ ଏକ ତାଜା ଫୁଲ ରଖିଦିଅନ୍ତୁ । ଦେଖିବେ କିଛି ଦିନ ପରେ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଏହା ଛଡା ଏହି ଦିନ ଆଲମାରିରେ ୫ଟି କଉଡି ମଧ୍ୟ ରଖିପାରିବେ । ବାସ୍ତୁ ଅନୁସାରେ, ଯଦି ପତି, ପତ୍ନୀଙ୍କ ମଧ୍ୟରେ ଝଗଡା କି ସର୍ବଦା ମତାନ୍ତର ହେଉଥାଏ ତେବେ ଶୁକ୍ରବାର ଦିନ ବେଡ୍ରୁମରେ ରାଧାକୃଷ୍ଣ ଫଟୋ ଲଗାଇଦିଅନ୍ତୁ ।
Powered by Froala Editor