ଏହିସବୁ କଥା ରଖନ୍ତୁ ଗୋପନ, ବିତାଇବେ ସୁଖୀ ଜୀବନ
ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ଉପରେ ସତର୍କତା ରକ୍ଷା କରିବା ଆବଶ୍ୟକ । ସେସବୁକୁ ଯଦି ଜୀବନରେ ପ୍ରୟୋଗ କରାଯାଏ ତେବେ ଜଣେ ସୁଖୀ ଜୀବନ ବିତାଇପାରିବ । ତେବେ ସର୍ବଦା କିଛି କଥାକୁ ସମସ୍ତଙ୍କ ଠାରୁ ଗୋପନ ରଖିଲେ ଆମେ ସମାଜରେ ଚାଲି ପାରିବା । ବୁଦ୍ଧିମାନ ବ୍ୟକ୍ତି ସର୍ବଦା କିଛି କଥାକୁ ଗୋପନ ରଖିଥାନ୍ତି । ନଚେତ ଲୋକେ ଏହାର ଫାଇଦା ଉଠାଇଥାନ୍ତି । ଆସନ୍ତୁ ସେ ସବୁ ବିଷୟରେ ଜାଣିବା:-
- ସିଦ୍ଧ ପ୍ରାପ୍ତ ଔଷଧ: କୁହାଯାଏ, କିଛି ଔଷଧ କିଛି ବ୍ୟକ୍ତିଙ୍କୁ ସିଦ୍ଧ ଦେଇଥାଏ । ଏଥିଲାଗି ଏହାକୁ ବିନିଯୋଗ କରି ଜଣେ ଅନ୍ୟର ଉପକାର କରିଥାଏ । କିନ୍ତୁ ଏହା ବିଷୟରେ କାହାକୁ କିଛି କହିବା ଉଚିତ ନୁହେଁ । ଏହାକୁ କହିବା ଦ୍ୱାରା ତାର ପ୍ରଭାବ ଶେଷ ହୋଇଯାଏ ।
- ଧର୍ମ: ନିଜର ଧର୍ମ ଅଥବା କର୍ତ୍ତବ୍ୟ ବିଷୟରେ ଲୋକଙ୍କୁ କିଛି ବି କହିବା ଉଚିତ ନୁହେଁ, କେବଳ ଏହାର ପାଳନ କରାଯିବା ଉଚିତ ।
- ଘରର ଅଭାବ: ନିଜ ଘରର ଅଭାବ ବିଷୟରେ କାହାକୁ ବି କହିବା ଦ୍ୱାରା ନିଜର ବଦନାମୀ ହୋଇଥାଏ । କାରଣ ଅସୁବିଧା ସବୁ ଘରେ ଥାଏ । ଅନ୍ତଃ ଏହାକୁ କହିବା ମୁର୍ଖତା ।
- ସମ୍ଭୋଗ: ସମ୍ଭୋଗ ବିଷୟରେ କାହାକୁ କିଛି ବି କହିବା ଅଶ୍ଳିଳତା ଏବଂ ଅସଭ୍ୟତା । ଏହି କାମ ଏକାନ୍ତରେ ଗୁପ୍ତ ଭାବେ କରାଯାଇଥାଏ ।
- ଭୁଲ ଭୋଜନ: ଯଦି ଭୁଲରେ ଧର୍ମ କିମ୍ବା ସମାଜ ଅନୁମତି ଦେଉ ନ ଥିବା ଜିନିଷ ଖାଇ ଦିଅନ୍ତି ତେବେ ସେ ବିଷୟରେ କାହାକୁ କୁହନ୍ତୁ ନାହିଁ ।
- ଶୁଣିଥିବା ଖରାପ କଥା: ଯଦି କେହି ଆପଣଙ୍କୁ କିଛି ଖରାପ କଥା କହିଛି କିମ୍ବା ଆପଣ କେଉଁଠାରୁ କିଛି ଖରାପ କଥା ଶୁଣିଛନ୍ତି ତେବେ ଏହାକୁ ହଜମ କରିନେବା ଉଚିତ । କାହାକୁ କିଛି କହିବା ଉଚିତ ନୁହେଁ ।
Powered by Froala Editor