ଆର୍ୟନ ଖାନ ଡ୍ରଗ୍ସ ମାମଲାର ସଠିକ୍ ତଦନ୍ତ ହୋଇନି : ଏନସିବି ରିପୋର୍ଟ

ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନଙ୍କ ସହ ଜଡିତ ଡ୍ରଗ୍ସ-ଅନ୍-କ୍ରୁଜ୍ ମାମଲାର ଅନୁସନ୍ଧାନରେ ଅନେକ ଅନିୟମିତତା ହୋଇଥିଲା ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଏକ ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡିଛି। ତଦନ୍ତରେ ଅନେକ ତ୍ରୁଟି ଥିବା ଏନସିବିର ରିପୋର୍ଟରେ କୁହାଯାଇଛି । ଏହାସହ ତଦନ୍ତରେ ସାମିଲ ଅଧିକାରୀଙ୍କ ସନ୍ଦିଗ୍ଧ ଭୂମିକା ଥିବା ଆଶଙ୍କା କରାଯାଇଛି । ଏ ପ୍ରସଙ୍ଗରେ ଏଜେନ୍ସିର ସାତରୁ ଆଠ ଜଣ ଅଧିକାରୀଙ୍କ ଉପରେ ସନ୍ଦେହଜନକ ଆଚରଣର ଅଭିଯୋଗ ଉଠିଛି ସଂପୃକ୍ତ ରିପୋର୍ଟରେ। ମାମଲାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଏନସିବି ୨୦୨୧ ମସିହାରେ କ୍ରୁଜ ରେଭ ପାର୍ଟିରୁ ଆରିୟନ ଖାନଙ୍କୁ ଗିରଫ କରିଥିଲା । ଏହାପରେ ଅନେକ ବିବାଦ ସୃଷ୍ଟି ହୋଇଥିଲା । ପରେ ଏନସିବି ମଧ୍ୟ ଆରିୟନ ଖାନଙ୍କୁ କ୍ଲିନ ଚିଟ୍ ଦେଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ସମୀର ୱାନଖଡେ ଏନସିବିର ମୁମ୍ୱାଇ ନିର୍ଦ୍ଦେଶକ ଥିବା ସମୟରେ ଆରିୟନ ଖାନଙ୍କୁ କ୍ଲିନ ଚିଟ୍ ଦିଆଯାଇଥିଲା । ଏହି ତଦନ୍ତ ରିପୋର୍ଟ ଏନସିବିର ସ୍ପେଶାଲ ଟିମ ଦ୍ୱାରା ପ୍ରସ୍ତୁତ କରାଯାଇଛି । ରିପୋର୍ଟକୁ ଦିଲ୍ଲୀ ଅଫିସ ପଠାଯାଇଛି ।
Powered by Froala Editor