ଇଞ୍ଜିନ କ୍ରାସ୍ ହୋଇ ଆପାଟମେଣ୍ଟରେ ମାଡ଼ ହେଲା ରୁଷର ଲଢ଼ୁଆ ବିମାନ

ନୂଆଦିଲ୍ଲୀ: ଦକ୍ଷିଣ ରୁଷର ୟେସ୍କେ ସହରରେ ଆଜି ଅଘଟଣ ଘଟିଛି । ଏକ ଲଢ଼ୁଆ ବିମାନର ଇଞ୍ଜିନ କ୍ରାସ୍ ହେବାରୁ ଏହା ସେଠାରେ ଥିବା ଏକ ଆପାର୍ଟମେଣ୍ଟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରୁଷ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଟ୍ରେନିଂ ମିଶନ ଲାଗି ଏସ୍ୟୁ-୩୪ ବିମାନ ନିଆଯାଉଥିଲା । ବୋମା ବର୍ଷଣକାରୀ ଏହି ବିମାନଟି ଟେକ ଅଫ୍ ସମୟରେ ଗୋଟିଏ ଇଞ୍ଜିନ୍ରେ ନିଆଁ ଲାଗି ଯାଇଥିଲା । ଏହି ସମୟରେ ବିମାନରେ ଦୁଇ ଜଣ କ୍ରୁ ମେମ୍ବର ଥିଲେ । ସେମାନେ ବିମାନ ନିୟନ୍ତ୍ରଣ ଲାଗି ବହୁ ଚେଷ୍ଟା କରିଥିଲେ । ହେଲେ ସଫଳ ହୋଇନଥିଲେ । ଫଳରେ ଏହି ଲଢ଼ୁଆ ବିମାନଟି ଆଜୋଫ ପୋର୍ଟରେ ଥିବା ଏକ ଆପାର୍ଟମେଣ୍ଟରେ ଶକ୍ତ ଧକ୍କା ଲାଗିଥିଲା । ଏହାପରେ ଇଞ୍ଜିନରୁ ଇନ୍ଧନ ବାହାରି ନିଆଁ ଲାଗି ଯାଇଥିଲା । ଏହି ଦୁର୍ଘଟଣାରେ ୯ ମହଲା ବିଶିଷ୍ଟ ଅଟ୍ଟାଳିକାର ବ୍ୟାପକ କ୍ଷତିହୋଇଛି । ପାଖାପାଖି ୧୭ଟି ଆପାଟମେଣ୍ଟ ପ୍ରଭାବିତ ହୋଇଥିବା ରୁଷ ସେନା ପକ୍ଷରୁ ସୂଚନା ଦିଆଯାଇଛି । ତେବେ କ୍ରୁ ମେମ୍ବର ଦୁଇ ଜଣ ସୁରକ୍ଷିତ ଥିବା ଜଣାପଡ଼ିଛି ।
Powered by Froala Editor