ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର: ଭିଜିବ ସାରା ଓଡ଼ିଶା । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହି ଘୂର୍ଣ୍ଣିବଳୟ କ୍ରମେ ଲଘୁଚାପର ରୂପ ନେବ । ଆସନ୍ତା ୨୦ ତାରିଖରେ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଡକୁ ମୁହାଁଇବ ଲଘୁଚାପ । ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ବର୍ତ୍ତମାନ ଘୂର୍ଣ୍ଣିବଳୟ କ୍ଷେତ୍ର ବହୁ ଦୂରରେ ଥିବାରୁ ଓଡିଶା ଉପରେ ପ୍ରଭାବ ରହିବ ନାହିଁ । ଆଗକୁ ଘନୀଭୂତ ହୋଇ ବାତ୍ୟାର ରୂପ ନେବ କି ନାହିଁ ଆକଳନ କରିନି ପାଣିପାଗ ବିଭାଗ । ଅନ୍ୟପଟେ ଅଧିକାଂଶ ବିଦେଶୀ ମଡେଲ ଓ ପାଣିପାଗ ବିଜ୍ଞାନୀମାନେ ବାତ୍ୟା ନେଇ ଆକଳନ କରିଛନ୍ତି ।
ଆନ୍ଧ୍ରର ଶ୍ରୀକାକୁଲମରୁ ପଶ୍ଚିମବଙ୍ଗର ସୁନ୍ଦରବନ ମଧ୍ୟରେ ଯେ କୌଣସି ସ୍ଥାନରେ ବାତ୍ୟା ଉପକୂଳ ଛୁଇଁବା ସମ୍ଭାବନା ରହିଛି । ମଡେଲ ଅନୁସାରେ ବିଶାଖାପାଟଣା ଉପକୂଳରେ ପହଞ୍ଚିବ । ଏବଂ ୨୫ ତାରିଖରେ ଉତ୍ତର ଓଡିଶା ଉପକୂଳ ପାଖରେ ପହଞ୍ଚିବ । ୨୩ ତାରିଖରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ସୂଚନା ମିଳିଛି । ୨୪ରୁ ୨୬ ତାରିଖ ଯାଏ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ । ତେବେ ଯାହା ଆଶଙ୍କା କରାଯାଉଛି ଆଲୋକର ପର୍ବ ଦୀପାବଳି ଅବସରରେ ଭିଜିବ ସାରା ଓଡ଼ିଶା ।
Powered by Froala Editor