ଆଜିଠୁ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ନାହିଁ ନିସ୍ତାର, ଧରପଗଡ଼ ଜୋରଦାର
ଭୁବନେଶ୍ୱର: ଆଜିଠୁ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ନିସ୍ତାର ନାହିଁ । ଜୋରଦାର ହେବ ଧରପଗଡ଼ ଓ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିଦେ୍ର୍ଧଶକ୍ରମେ ରାଜ୍ୟରେ ଆଜିଠୁ ସ୍ପେଶାଲ୍ ଡ୍ରାଇଭକୁ ଜୋରଦାର କରାଯିବ । ଏନେଇ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ନିଦେ୍ର୍ଧଶ ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।
ଆଜିଠୁ ୨୧ ତାରିଖ ଯାଏଁ ସକାଳ ୯ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏଁ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ଚାଲିବ ଧରପଗଡ଼ ଅଭିଯାନ । ଅଭିଯାନରେ ପୁଲିସ ମଧ୍ୟ ସାମିଲ ହେବ ।
ଏହି ସ୍ପେଶାଲ ଡ଼୍ରାଇଭରେ ଫୋକସରେ ରହିବ ବିନା ହେଲମେଟରେ ଗାଡ଼ି ଚାଳନା, ଗାଡ଼ି ଚଳାଉଥିବାବେଳେ ମୋବାଇଲ୍ ବ୍ୟବହାର, ସିଟ୍ ବେଲ୍ଟ ଏବଂ ସର୍ବାଧିକ ବେଗରେ ଗାଡ଼ି ଚାଳନା । ବିନା ଲାଇସେନ୍ସରେ ବାଇକ୍ ଚାଳନା କରୁଥିବା ବ୍ୟକ୍ତିଙ୍କ ଗାଡ଼ିକୁ ଜବତ କରାଯିବ । ସେହିପରି ବିନା ହେଲମେଟେରେ ଯାତ୍ରା କରୁଥିଲେ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ବୋଲି ନିଦେ୍ର୍ଧଶନାମାରେ ଉଲ୍ଲେଖ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।
Powered by Froala Editor