ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶ୍ରମିକ ମୃତ
ନରସିଂହପୁର : ବିଦ୍ୟୁତ୍ ଆଘାତରେ ଶ୍ରମିକ ମୃତ। କଟକ ଜିଲ୍ଲା ନରସିଂହପୁର ବ୍ଲକ କାନପୁର ଥାନା ଅନ୍ତର୍ଗତ ଚଷା ବାରବାଟୀ ଗ୍ରାମର ଜଣେ ଯୁବକ ପଟା ସେଣ୍ଟ୍ରିଙ୍ଗ୍ କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କାନପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନାନୁଯାୟୀ, ମୃତ ଯୁବକ ଜଣଙ୍କ ହେଉଛନ୍ତି ଚଷା ବାରବାଟୀ ଗ୍ରାମର ବିଚିତ୍ରାନନ୍ଦ ସ୍ଵାଇଁ (୩୨ ବର୍ଷ)। ସେ ଚମ୍ପେଶ୍ୱର ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ପଟା ସେଣ୍ଟ୍ରିଙ୍ଗ୍ କାମ କରୁଥିବା ସମୟରେ ଏଭଳି ଅଘଟଣ ଘଟିଛି।
Powered by Froala Editor