ବ୍ୟାଗ୍ ଭିତରେ କାନ୍ଦୁଥିଲା ନବଜାତ, ଉଦ୍ଧାର କଲେ ଲୋକେ
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଗୋପିନାଥପୁରରେ ଏକ ସ୍ପର୍ଶକାତର ଘଟଣା ଘଟିଛି । ଏକ ନବଜାତକୁ କେହି ବ୍ୟାଗ୍ରେ ଫିଙ୍ଗି ଦେଇଥିବାବେଳେ ଲୋକମାନେ ଉଦ୍ଧାର କରିଛନ୍ତି । କେହି ଜନ୍ମ କରିବା ପରେ ନବଜାତ ଶିଶୁକୁ ବ୍ୟାଗ ଭିତରେ ଭର୍ତ୍ତି କରି ପକାଇ ଦେଇଥିବା ସନ୍ଦେହ କରାଯାଉଛି।
ସୂଚନାନୁଯାୟୀ ଗୋପୀନାଥପୁର ଗ୍ରାମର କିଛି ଲୋକ ଧାନ ଜଗି ପାହାନ୍ତିଆରେ ଘରକୁ ଫେରୁଥିବା ବେଳେ ନାଳକୂଳରେ ଛୋଟ ଶିଶୁଟିଏ କାନ୍ଦୁଥିବା ଶବ୍ଦ ଶୁଣିଥିଲେ।
ପରେ ଘରକୁ ଆସି ଅଙ୍ଗନଓ୍ବାଡ଼ି ଓ ଆଶାକର୍ମୀଙ୍କୁ ସୂଚନା ଦେଇଥିଲେ। ସଙ୍ଗେ ସଙ୍ଗେ ଅଙ୍ଗନଓ୍ବାଡ଼ି ଓ ଆଶାକର୍ମୀ ଘଟଣାସ୍ଥଳରେ ପହଞ୍ଚି ନାଳକୂଳରେ ପଡ଼ିଥିବା ଏକ ବ୍ୟାଗ ଭିତରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଶିଶୁର ଚିକିତ୍ସା କରାଯାଇଥିବା ବେଳେ ଅବସ୍ଥା ଭଲ ଥିବା ଜଣାପଡ଼ିଛି।
Powered by Froala Editor