ଘରୁ ହଠାତ ମେଞ୍ଚା ମେଞ୍ଚା ପିମ୍ପୁଡ଼ି ବାହାରୁଥିଲେ ଦେଇଥାନ୍ତି ଏହି ସଙ୍କେତ
ବେଳେବେଳେ ଘରୁ ହଠାତ୍ ମେଞ୍ଚା ମେଞ୍ଚା ହୋଇ ପିମ୍ପୁଡ଼ି ବାହାରୁ ଥିବାର ଦେଖାଯାଏ । କେବେ ନାଲି ତ କେବେ କଳା ରଙ୍ଗର ପିମ୍ପୁଡ଼ି ବାହାରିଥାନ୍ତି । ଏମାନେ ବି ଆମକୁ ଅନେକ କିଛି ସଙ୍କେତ ଦେଇଥାନ୍ତି ।
ଯଦି ଘରର କେଉଁ ସ୍ଥାନରୁ ନାଲି ରଙ୍ଗର ପିମ୍ପୁଡି ବାହାରୁଥାନ୍ତି, ତେବେ ତାହା ଆଗକୁ କରଜ ହେବାର ସଙ୍କେତ ଦେଇଥାଏ । ଅର୍ଥାତ୍ ହଠାତ୍ କୌଣସି ଅସୁବିଧାରେ ପଡି ଆମେ ଆଗକୁ ଧାରକରଜ କରିବାକୁ ଯାଉଛୁ ବୋଲି ଏହା ପୂର୍ବରୁ ଆମକୁ ସୂଚନା ଦେଇ ଦେଇଥାଏ । ହେଲେ ଏମାନଙ୍କୁ ଦେଖିବା ମାତ୍ରେ ଆମ ଭିତରୁ ଅନେକେ ପିମ୍ପୁଡି ମରା ଔଷଧ ପକାଇ ଏମାନଙ୍କୁ ମାରି ଦେଇଥାଉ । ଏହାଦ୍ୱାରା ତା’ସହିତ ସମସ୍ୟାକୁ ଆହୁରି ବଢିବାକୁ ମଧ୍ୟ ବାଟ ଖୋଲିଦେଲୁ । ତେଣୁ ସେମାନଙ୍କୁ ଜୀବନରୁ ନ ମାରି ପିମ୍ପୁଡ଼ି ବାହାରୁଥିବା ସ୍ଥାନରେ କିଛି ଲବଙ୍ଗ କିମ୍ବା କିଛି ତେଜପତ୍ର ଅଥବା ଲେମ୍ବୁକୁ ଦୁଇଫାଳ କରି ରଖିଦିଅନ୍ତୁ । ଦେଖିବେ କିଛି ସମୟ ପରେ ପିମ୍ପୁଡ଼ି ଆପେ ଆପେ କୁଆଡେ ଚାଲିଯିବେ, ତା’ସହିତ କରଜ ସମସ୍ୟା ବି କିଛିଟା ଦୂର ହୋଇଯିବ ବୋଲି ବିଶ୍ୱାସ ରହିଛି ।
ଅନ୍ୟପକ୍ଷେ କଳା ପିମ୍ପୁଡ଼ି ବାହାରୁଥିଲେ, ଏହା ଶୁଭ ସଙ୍କେତ ଦେଇଥାଏ । ଖାସ୍ କରି କଳା ପିମ୍ପୁଡ଼ି ଧାଡ଼ି ଧାଡ଼ି ହୋଇ ସାଙ୍ଗରେ କିଛି ଧଳା ଜିନିଷ ନେଇ ଯାଉଥିବାର ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ ।
Powered by Froala Editor