ମଶାଙ୍କୁ ଘଉଡ଼ାଇବା ପାଇଁ ସହଜ ଟିପ୍ସ....
ଆମ ଆଖପାଖ ପରିବେଶ ସୁସ୍ଥ ରଖିଲେ ଆମେ ସୁସ୍ଥ ରହୁ । ଘର ଚାରିପାଖ ଅଳିଆ ହେଲେ ମଶା ମାନଙ୍କର ବଂଶ ବୃଦ୍ଧି ହୋଇଥାଏ । ଘରେ ମଶା ହେବାଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ, ଚିକେନଗୁନିଆ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ରହିଥାଏ । ତେଣୁ ଆମେ ମାର୍କେଟରେ ମିଳୁଥିବା ବିଭିନ୍ନ କେମିକାଲ୍ ଯୁକ୍ତ ମଶାମରା କଏଲ୍ ବା ଲିକୁ୍ୟଡିର ବ୍ୟବହାର କରିଥାଉ । କିନ୍ତୁ ଏହି କେମିକାଲ୍ ଯୁକ୍ତ ମଶାମରା ଔଷଧର ବ୍ୟବହାର ସ୍ୱାସ୍ଥ୍ୟ ପକ୍ଷେ ଆଦୌ ହିତକର ନୁହେଁ ।
ତେଣୁ ମଶାଙ୍କୁ ଘଉଡ଼ାଇବା ପାଇଁ ସହଜ ଘରୋଇ ଟିପ୍ସ ହେଲା: ୨ଚାମଚ ନିମ୍ବ ତେଲ ଓ ୪ ଚାମଚ ନଡ଼ିଆ ତେଲକୁ ମିଶାଇ ସେଥିରେ କିଛି କର୍ପୂର ଗୁଣ୍ଡ ପକାଇ ଦିଅନ୍ତୁ । ତା’ପରେ ସେହି ତେଲରେ ଦୀପ ଲଗାଇ ମଶା ହେଉଥିବା ସ୍ଥାନରେ ରଖିଦେଲେ ମଶା କାମୁଡ଼ିବା ତ ଦୂର କଥା ଆଖପାଖରେ ମଶା ଉଡ଼ିବେ ହିଁ ନାହିଁ । ତା’ଛଡ଼ା ଏହି ଜଳନ୍ତା ଦୀପରୁ ଯେଉଁ ବାସ୍ନା ଆସିଥାଏ ତାହା ଆପଣଙ୍କ ପରିବେଶକୁ ଜୀବାଣୁ ମୁକ୍ତ କରିବା ସହ ଆପଣଙ୍କ ଶରୀର ଓ ମସ୍ତିଷ୍କକୁ ସୁସ୍ଥ ରଖିବାରେ ମଧ୍ୟ ବେଶ୍ ସହାୟକ ହୋଇଥାଏ । ଅନ୍ୟପକ୍ଷେ କୁହାଯାଏ, ଝୁଣା ଧୂପ ଜାଳିଲେ ଅବା ଝୁଣା ଧୂଆଁ ଦେଲେ ବି ଘରେ ସକାରାତ୍ମକ ଉର୍ଜା ଉପନ୍ନ ହେବା ସହ ଘରୁ ମଶା ଦୂର ହୋଇଯାନ୍ତି ।
Powered by Froala Editor