ଦାନ୍ତମୂଳ ବିନ୍ଧିବା ପଛର କାରଣ ଜାଣନ୍ତୁ
ଦାନ୍ତମୂଳ ବିନ୍ଧିବା ପଛରେ ଅନେକ କାରଣ ରହିଛି । ବିଶେଷ ଭାବରେ ଥଣ୍ଡାଜନିତ ସମସ୍ୟା ଲାଗି କିମ୍ବା ଦୀର୍ଘଦିନ ଧରି ଦାନ୍ତମୂଳରେ ଖାଦ୍ୟପଦାର୍ଥର ଅବଶିଷ୍ଟାଂଶ ଜମି ରହିଲେ ଏଭଳି ସମସ୍ୟା ଦେଖାଦେଇଥାଏ । ହେଲେ ଏହା ସହ ଆଉ ଏକ କଥାର ସଂଯୋଗ ରହିଛି । ତାହା କ’ଣ ଆସନ୍ତୁ ଜାଣିବା...
ଏକ ପ୍ରକାର କୋଷ (ସେଲ୍)ରେ କିଛି ତତ୍ତ୍ୱ ବଢ଼ିଗଲେ ଦାନ୍ତବିନ୍ଧା ସମସ୍ୟା ଦେଖାଦେଇଥାଏ । ‘ଦାନ୍ତ ବିନ୍ଧା ଓ କୋଷ’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ ଏକ ଗବେଷଣା କରିଥିଲେ । ଏଥିରୁ ସେମାନେ ଏଭଳି ତଥ୍ୟ ଜାଣିପାରିଛନ୍ତି ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ସେଲଟିର ନାମ ହେଲା ‘ଆମେଲୋବ୍ଲାଷ୍ଟ’ । ଏହା ଭିତରେ ଥିବା ‘ପ୍ରେଟ୍ରୋଷ୍ଟିିଲିବେନ୍’ ଏବଂ ‘ବ୍ଲୁ ବେରିକ’ ନାମକ ତତ୍ତ୍ୱ ବଢ଼ିଗଲେ ଥଣ୍ଡା ଯୋଗୁ ଦାନ୍ତମୂଳ ବିନ୍ଧିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି । ବେଳେବେଳେ ଏଥିଯୋଗୁ ଦାନ୍ତର ଏନାମେଲ୍ ଖରାପ ହୋଇ ଦାନ୍ତ ନଷ୍ଟ ହେବାର ଆଶଙ୍କା ଦେଖାଦେଇଥାଏ ବୋଲି ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
Powered by Froala Editor