ଘନୀଭୂତ ହେଉଛି ସାମୁଦ୍ରିକ ଝଡ଼ ‘ତାଉତେ

ଭୁବନେଶ୍ୱର: ଆରବସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତାଉତେ’ ଧୀରେ ଧୀରେ ଘନୀଭୂତ ହେଉଛି । ଆଜି ସନ୍ଧ୍ୟା ୫ଟା ୩୦ ସୁଦ୍ଧା ତୀବ୍ର ସାମୁଦ୍ରିକ ଝଡ଼ର ରୂପ ନେବ ।
ପ୍ରକାଶ ଯେ, ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ତାଉତେ ଅବପାତ ରୂପ ନେଉଛି । ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଆସନ୍ତାକାଲି ସକାଳ ସାଢ଼େ ୧୧ଟା ବେଳେ ଏହା ଅତି ତୀବ୍ର ସାମୁଦ୍ରିକା ଝଡ଼ (ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ) ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଏହି ସାମୁଦ୍ରିକ ଝଡ ପ୍ରଭାବରେ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୮ ତାରିଖ ସକାଳ ବେଳକୁ ବାତ୍ୟା ଗୁଜରାଟ ଉପକୂଳ ପହଞ୍ଚିବା ସମ୍ଭାବନା ରହିଛି । ଆସନ୍ତା ୧୭ ଓ ୧୮ ତାରିଖରେ ଗୁଜରାଟ ଉପକୂଳରେ ପ୍ରବଳ ବର୍ଷା ପବନ ହେବ । ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ଧାରଣ କରି ଗୁଜରାଟ ଉପକୂଳ ଅତିକ୍ରମ ବେଳେ ପବନରେ ବେଗ ଘଣ୍ଟାପ୍ରତି ୧୫୦-୧୬୦ କିଲୋମିଟର ରହିପାରେ ।
Powered by Froala Editor