ଦୁଇଟି ସ୍ଥାନରୁ ୧୦ କୋଟି ଟଙ୍କାର ଗୁଟଖା ଜବତ
ଗୋପାଳପୁର: ଗୋଳନ୍ଥରା ପୁଲିସକୁ ମିଳିଛି ଏକ ବଡ ସଫଳତା, ଦୁଇଟି ସ୍ଥାନରୁ ୧୦ କୋଟି ଟଙ୍କାର ଗୁଟଖା ସହ ଏଥିପାଇଁ ପ୍ରସ୍ତୁତି ସାମଗ୍ରୀ ମେସିନ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କାହାକୁ ଗିରଫ କରାଯାଇନଥିବା ବେଳେ ପୁଲିସ ପକ୍ଷରୁ ବ୍ରହ୍ମପୁର ଜନୈକ ବ୍ୟବସାୟଙ୍କ ନାମରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ବୁଧବାର ରାତିରେ ଅଟୋ ନଗର ପରିସରରେ ଏକ ଗୋଦାମ ଘରେ ବେଆଇନ ଭାବେ ଗୁଟୁଖା ମହଜୁଦ ରଖାଯାଇଥିବା ନେଇ ଖବରପାଇ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିଥିଲେ। ରାତି ଅଧିକ ହୋଇଯାଇଥିବାରୁ ପୁଲିସର ଏକ ଟିମ ଉକ୍ତ ଗୋଦାମ ଘର ସମ୍ମୁଖରେ ନିୟୋଜିତ କରାଯିବା ସହ ଗୁରୁବାର ସକାଳେ ମାଜିଷ୍ଟ୍ରେଟ ତଥା କନିଷି ତହସିଲର ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ବେଣିଆଙ୍କ ଉପସ୍ଥିତିରେ ପୁଲିସ ପକ୍ଷରୁ ଉକ୍ତ ଗୋଦାମ ଘରର ତାଲା ଭାଙ୍ଗି ଥିଲେ। ତାଲା ଭଙ୍ଗା ଯିବା ପରେ ସେଠାରେ ଦୁଇଟି କୋଠରୀରେ ଗୁଟୁଖା, ପାନ ମସଲା, ଖଇନି ସମେତ ଏଥିପାଇଁ ପ୍ରସ୍ତୁତ ମେସିନ ଓ କଞ୍ଚାମାଲ ଉଦ୍ଧାର କରାଯାଇଥିଲା।
ଏହା ପରେ ପୁଲିସ ପକ୍ଷରୁ ହଳଦିଆପଦର ଠାରେ ପି ଗୋପାଳ କ୍ରିଷ୍ଣାଙ୍କ ୫ ଟି ଗୋଦାମ ଘରେ ଚଢ଼ାଉ କରିଥିଲା। ସେଥିରୁ ମଧ୍ୟ ୧୦ ଟନରୁ ଉର୍ଦ୍ଧ୍ବ ଧୂଆଁ ପତ୍ର, ୫୦ ଟନୁ ଉର୍ଦ୍ଧ୍ବ ଗୁଆ ସମେତ ଗୁଟଖା ପ୍ରସ୍ତୁତ କଞ୍ଚାମାଲ, ପ୍ରାୟ ୪୦ ଟି ଗୁଟୁଖା ପ୍ରସ୍ତୁତ ମେସିନ, ଖୁଟୁଖା ଜରି ଓ ଅନ୍ୟାନ୍ୟ କଞ୍ଚାମାଲ ଜବତ କରିଥିଲା।
Powered by Froala Editor